ସଂସଦରେ ପାରିତ ହୋଇଯିବ ଦିଲ୍ଲୀ ଅଧ୍ୟାଦେଶ ବିଲ୍, ବିଜେପିକୁ ଆବଶ୍ୟକ ନାହିଁ ବିଜେଡିର ସମର୍ଥନ
ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଶାସନିକ ସେବାକୁ ନିୟନ୍ତ୍ରଣ କରିବା ପାଇଁ ଅଣାଯାଇଥିବା 'ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍, ୨୦୨୩ ଉଭୟ ସଂସଦ ଦ୍ୱାରା ସହଜରେ ପାରିତ ହୋଇପାରିବ ।
କାରଣ ଲୋକସଭାରେ ଏନଡିଏର ବହୁମତ ରହିଥିବା ବେଳେ ରାଜ୍ୟସଭାରେ ବିଲକୁ ସମର୍ଥନ ଜଣାଇ ପାରନ୍ତି ୱାଇଏସଆର କଂଗ୍ରେସ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧିନ ୱାଇଏସ୍ଆର କଂଗ୍ରେସ ପାର୍ଟି କେନ୍ଦ୍ର ସରକାରଙ୍କ ବିଲକୁ ସମର୍ଥନ ଦେଇପାରନ୍ତି ବୋଲି ଦଳର ଜଣେ ବରିଷ୍ଠ ନେତା ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ମାତ୍ରା ଏହା ପୂର୍ବରୁ ଓଡିଶାରେ କ୍ଷମତାସୀନ ଥିବା ବିଜେଡିର ସହାୟତା ବିଜେପିକୁ ଆବଶ୍ୟକ ପଡ଼ିପାରେ ବୋଲି ରାଜନୀତିକ ପଣ୍ଡିତମାନେ ମତ ରଖିଥିଲେ । ହେଲେ ଏବେ ବିଜେପିକୁ ଆଉ ବିଜେଡିର ସହାୟତା ଆବଶ୍ୟକ ନାହିଁ । କାରଣ ରାଜ୍ୟସଭାରେ ମ୍ୟାଜିକ ନମ୍ବର ଠାରୁ ସାମାନ୍ୟ ପଛରେ ରହୁଥିବା ବିଜେପି ସରକାରକୁ ୱାଇଏସ୍ଆର କଂଗ୍ରେସର ସମର୍ଥନ ଗେମ ଚେଞ୍ଜର ସାବ୍ୟସ୍ତ ହେବ ।
ସେହିଭଳି କଂଗ୍ରେସ ତରଫରୁ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ୱାଇଏସ୍ଆର କଂଗ୍ରେସ ପାର୍ଟି ମଧ୍ୟ ସରକାରଙ୍କୁ ସମର୍ଥନ କରୁଛି । ୱାଇଏସ୍ଆର କଂଗ୍ରେସ ପାର୍ଟିରେ ରାଜ୍ୟ ସଭାରେ ନଅ ଜଣ ଏବଂ ଲୋକ ସଭାରେ ୨୨ ଜଣ ଏମ୍ପି ଅଛନ୍ତି । ରାଜ୍ୟ ସଭାରେ ୱାଇଏସଆରର ସମର୍ଥନ ସରକାର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୋଇପାରେ ଏବଂ ଲୋକ ସଭା ଭଳି ରାଜ୍ୟ ସଭାରେ ମଧ୍ୟ ଦିଲ୍ଲୀ ଅଧ୍ୟାଦେଶ ସହଜରେ ପାରିତ ହୋଇପାରେ ।
ୱାଇଏସଆର କଂଗ୍ରେସ ନେତା ବିଜୟସାଇ ରେଡ୍ଡୀ କହିଛନ୍ତି କି ତାଙ୍କ ପାର୍ଟି ଅବିଶ୍ୱାସ ପ୍ରସ୍ତାବ ଓ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବ । ଏନେଇ ଦଳର ସାଂସଦମାନଙ୍କୁ ମଧ୍ୟ ଅବଗତ କରାଯାଇ ଥିବା କଥା ସେ କହିଛନ୍ତି ।












Click it and Unblock the Notifications