Get Updates
Get notified of breaking news, exclusive insights, and must-see stories!

ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ଦୀପାଳିଙ୍କ ପ୍ରତିକ୍ରିୟା: କହିଲେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି, ଆମକୁ ନ୍ୟାୟ ମିଳିବ

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ପ୍ରତିକ୍ରିୟା ରଖିଲେ ଝିଅ ଦୀପାଳି ଦାସ । କହିଲେ, ସମ୍ବେନଶୀଳ ପ୍ରସଙ୍ଗକୁ ନେଇ ରାଜନୀତିକରଣ କରାନଯାଉ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ।

Deepali Das

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ପ୍ରତିକ୍ରିୟା ରଖିଲେ ଝିଅ ଦୀପାଳି ଦାସ । କହିଲେ, ସମ୍ବେନଶୀଳ ପ୍ରସଙ୍ଗକୁ ନେଇ ରାଜନୀତିକରଣ କରାନଯାଉ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏହି ଘଟଣା ପରେ ତାଙ୍କ ପରିବାର ମର୍ମାହତ ଅଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଓ ଭରସା ଅଛି, ଆମକୁ ନ୍ୟାୟ ନିଶ୍ଚିତ ମିଳିବ । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ରହିଛି ବୋଲି ଦୀପାଳି କହିଛନ୍ତି ।ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ନ ଆସିବା ଯାଏ ସେ କିଛି କହି ପାରିବେନି । ଆଉ କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ଆସିଲା ପରେ ସେ ନିଶ୍ଚିତ କିଛି କହିବେ ବୋଲି କହିଛନ୍ତି ।

ସେପଟେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭରୁ ନବ ଦାସଙ୍କ ହତ୍ୟାକୁ ନେଇ ବିଜେପି କକ୍ଷତ୍ୟାଗ କରିବା ସହ ସରକାରଙ୍କୁ ଘେରିଛି । ହତ୍ୟାକାଣ୍ଡକୁ ନେଇ ସାଂଘାତିକ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି କହିଛନ୍ତି, ସରକାରଙ୍କର ଜଣେ ମନ୍ତ୍ରୀଙ୍କୁ ସରକାର ମାରିଲେ । ପୋଲିସ ତ ସରକାରଙ୍କର ଅଂଶବିଶେଷ । ଜଣେ ମନ୍ତ୍ରୀଙ୍କୁ ଯେତେବେଳେ ହତ୍ୟା କରାଯାଉଛି ସେତେବେଳେ ସାଧାରଣ ଜନତାଙ୍କର ସୁରକ୍ଷା କିଏ କରିବ । ମନ୍ତ୍ରୀଙ୍କର ହତ୍ୟା କରାଯାଉଛି ଓ ତଦନ୍ତ ଯେତେବେଳେ ଠିକ୍ ଢଙ୍ଗରେ କରାଯାଉନି ତାହା ହେଲେ ରାଜ୍ୟର ଭବିଷ୍ୟତ କଣ ହେବ ।

ସେ ଆହୁରି କହିଛନ୍ତି ଯେ, ମନ୍ତ୍ରୀଙ୍କ ହତ୍ୟା ଘଟଣାରେ ଆମେ ସିବିଆଇ ତଦନ୍ତ ଦାବି କରି ଆସୁଛୁ । ହତ୍ୟାକାଣ୍ଡର ଚାରି ଦିନ ପୂର୍ବରୁ ଫାଇଭ୍ ଟି ସଚିବ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଟେଲିଫୋନରେ କଣ କଥା ହୋଇଥିଲେ । ତାହାକୁ ତଦନ୍ତ ପରିସର ଭୁକ୍ତ କରାଯାଉ । କିନ୍ତୁ ଏକଥା ଓଡ଼ିଶା କ୍ରାଇମବ୍ରାଞ୍ଚ କରିବ ନାହିଁ । ସେଥିପାଇଁ ଆମେ ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ ।' ନବଦାସ ହତ୍ୟାକାଣ୍ଡକୁ ଏକ ସରକାରୀ ପ୍ରାୟୋଜିତ ହତ୍ୟା ବୋଲି କହିଛନ୍ତି ଜୟନାରାୟଣ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+