Get Updates
Get notified of breaking news, exclusive insights, and must-see stories!

ଉତ୍ତର ପ୍ରଦେଶରେ ପାଞ୍ଚ ପର୍ଯ୍ୟାୟ ମତଦାନ ସରିଲା: ବିଜେପିକୁ ସୁହାଇବକି କମ ପ୍ରତିଶତ ଭୋଟିଙ୍ଗ

ନିର୍ବାଚନରେ ଏକ ସାଧାରଣ ଟ୍ରେଣ୍ଡ ହେଉଛି ମତଦାନ ପ୍ରତିଶତ ଅଧିକା ହେଲେ ଏହା ଶାସନରେ ଥିବା ଦଳର ବିରୋଧରେ ଯାଇଥାଏ । ରାଜନୈତିକ ବିଶାରଦମାନଙ୍କ ବିଶ୍ଳେଷଣ ହେଲା, ଶାସନରେ ଅସନ୍ତୁଷ୍ଟ ହେଲେ ନାଗରିକମାନେ ଆକ୍ରୋଶର ସହ ଅଧିକ ସଂଖ୍ଯାରେ ଭୋଟ ଦାନ କରିଥାନ୍ତି। ଶାସନରେ ଅଧିକ ସନ୍ତୁଷ୍ଟ ଥିବା ନାଗରିକ ବିଶେଷ ପରିବର୍ତ୍ତନ ପାଇଁ ଆଗ୍ରହ କରନ୍ତି ନାହିଁ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଏହି ପରିପ୍ରେକ୍ଷୀରେ ୟୁପିରେ ସଦ୍ୟ ସମାପ୍ତ ହୋଇଥିବା 5ଟି ପର୍ଯ୍ୟାୟ ମତଦାନର ଟ୍ରେଣ୍ଡକୁ ନେଇ ଏହି ଆକଳନ:

ଲକ୍ଷ୍ନୋ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ରବିବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ପ୍ରାୟ 54 ପ୍ରତିଶତ ମତଦାନ ହୋଇଛି। ଗତ ବିଧାନସଭା ନିର୍ବାଚନରେ ଏହି ସବୁ ଆସନରେ 58.24 ପ୍ରତିଶତ ଭୋଟ ହୋଇଥିଲା, ସେହି ତୁଳନାରେ ଚଳିତ ଥର ପ୍ରାୟ 4 ପ୍ରତିଶତ କମ ମତଦାନ ହୋଇଛି। ଏହି 61ଗୋଟି ଆସନ ମଧ୍ୟରୁ ବିଜେପି 50ରେ ବିଜୟୀ ହୋଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ ଘଟଣା ହେଉଛି, 2012 ନିର୍ବାଚନରେ ଏହି ସବୁ ଆସନରେ 3 ପ୍ରତିଶତ ଅଧିକ ମତଦାନ ହୋଇଥିଲା।

Uttar Pradesh vote

ମତଦାନ ପ୍ରତିଶତର ଇତିହାସକୁ ପର୍ଯ୍ଯାଲୋଚନା କଲେ ଜଣାପଡୁଛି ଯେ, 2012 ତୁଲାନାରେ 2017ରେ ହୋଇଥିବା ଅଧିକ 3 ପ୍ରତିଶତ ଭୋଟ ସିଧା ସଳଖ ଫାଇଦା ପହଞ୍ଚାଇଥିଲା ବିଜେପିକୁ। କାରଣ ମାତ୍ର 7ଟି ଆସନରେ ବିଜୟୀ ହୋଇଥିବା ବିଜେପି, 2017ରେ ତତ୍କାଳୀନ ଶାସନରେ ଥିବା ସମାଜବାଦୀ ପାର୍ଟିକୁ ମାତ ଦେଇ ଅକ୍ତିଆର କରିଥିଲା 50 ଟି ଆସନ। ଗତ ଦୁଇଟି ନିର୍ବାଚନରେ ​​ଏହି 61 ଟି ଆସନର ବିଶ୍ଳେଷଣରୁ ଜଣାପଡିଛି ଯେ ଯେତେବେଳେ ବି ଭୋଟ୍ ପ୍ରତିଶତ ବୃଦ୍ଧି ପାଇଛି, ସେତେବେଳେ ଏହା ଶାସକ ଦଳର ବିରୋଧରେ ଯାଇଛି। 2017 ରେ ଭୋଟ୍ 3% ବୃଦ୍ଧି ପାଇଥିବାବେଳେ ସେତେବେଳେ ଶାସକ ସମାଜବାଦୀ ପାର୍ଟି ଏଠାରେ ବିପୁଳ ପରାଜୟ ବରଣ କରିଥିଲା।


2017 ଏବଂ 2012 ନିର୍ବାଚନରେ ଏମିତି ଥିଲା ସ୍ଥିତି:

ଏହି 61ଟି ଆସନ ମଧ୍ୟରୁ ଗତ ନିର୍ବାଚନରେ 58 ପ୍ରତିଶତ ମତଦାନ ହୋଇଥିଲା ଏବଂ ଏଥିମଧ୍ୟରୁ ବିଜେପି 50ଟି ଜିତିଥିଲା। 2012 ରେ 55% ମତଦାନ ହୋଇଥିଲା । ଅର୍ଥାତ, 2012 ତୁଳନାରେ 2017ରେ ମାତ୍ର 3 ପ୍ରତିଶତ ମତଦାନ ଅଧିକ ହେବା ଯୋଗୁ, ବିଜେପି ନିଜ ଖାତାରେ ଅଧିକ 43ଟି ଆସନ ଯୋଡିବାରେ ସକ୍ଷମ ହୋଇଥିଲା। କାରଣ ଏହି 3 ପ୍ରତିଶତ ଭୋଟ ଯାଇଥିଲା ସେତେବେଳେ ଶାସନରେ ଥିବା ଅଖିଲେଶଙ୍କ ବିରୋଧରେ । ଏହି 3 ପ୍ରତିଶତ ଅଧିକା ମତଦାନ ଯୋଗୁ ଅଖିଲେଶ ହରାଇଥିଲେ 36ଟି ଆସନ ଏବଂ ୟୁପିର କ୍ଷମତା ମଧ୍ୟ ଯାଇଥିଲା ତାଙ୍କ ହାତରୁ।


ଆସନ୍ତୁ ଜାଣିବା ପ୍ରଥମ 4 ପର୍ଯ୍ୟାୟର 172ଟି ଆସନର ଗଣିତକୁ:

1. ପ୍ରଥମ ପର୍ଯ୍ୟାୟର 58 ଟି ଆସନରେ 62.4% ମତଦାନ କରାଯାଇଥିଲା, ଯାହା 2017 ଠାରୁ 1.2% କମ୍ ଅଟେ ।

ପ୍ରଥମ ପର୍ଯ୍ୟାୟରେ 58 ଟି ଆସନରେ 62.4% ମତଦାନ ହୋଇଥିଲା । 2017 ରେ, ଏହି 58ଟି ଆସନରେ 63.75% ମତଦାନ ହୋଇଥିଲା, ଅର୍ଥାତ୍ ଏଥର ପ୍ରାୟ 1.2% ଭୋଟ୍ ହ୍ରାସ ପାଇଛି । 2012 ତୁଳନାରେ 2017ରେ 2%ରୁ ଅଧିକ ମତଦାନ ହୋଇଥିଲା। ପଶ୍ଚିମ ଉତ୍ତର ପ୍ରଦେଶରେ ଥିବା ଏହି ସବୁ ଆସନରେ 2017 ହୋଇଥିବା ଅଧିକ ମତଦାନର ଫଳ ସ୍ୱରୂପ ବିଜେପିକୁ ବିପୁଳ ବିଜୟ ମିଳିଥିଲା।

2. ଦ୍ୱିତୀୟ ପର୍ଯ୍ୟାୟର 55 ଟି ଆସନରେ 64.42% ମତଦାନ ହୋଇଛି, ଯାହା 2017 ଠାରୁ 1.1% କମ୍ ଅଟେ ।

ଦ୍ୱିତୀୟ ପର୍ଯ୍ୟାୟରେ 64.42% ମତଦାନ ହୋଇଛି । 2017 ରେ, ଏହି 55ଟି ଆସନରେ 65.53% ମତଦାନ ହୋଇଥିଲା, ଅର୍ଥାତ୍ ଏଥର ପ୍ରାୟ 1.1% କମ୍ ଭୋଟ୍ ଗ୍ରହଣ ହୋଇଛି । 2012 ତୁଳନାରେ 2017ରେ ଭୋଟ୍ ଦେବାରେ ପ୍ରାୟ 0.36% ବୃଦ୍ଧି ଘଟିଛି । 2012 ରେ, ଏସପି 29 ଟି ସିଟ୍ ପାଇଥିଲା ଏବଂ 2017ରେ ବିଜେପି ଏଠାରେ 33 ଟି ସିଟ୍ ପାଇଥିଲା। ଏଥର ଏହି 55ଟି ଆସନରେ 1% ଭୋଟ୍ ହ୍ରାସ ପାଇଛି ।

3. ତୃତୀୟ ପର୍ଯ୍ୟାୟରେ 59 ଟି ଆସନରେ 61% ମତଦାନ ହୋଇଥିଲା, ଯାହାକି 2017 ଠାରୁ 1.21% କମ୍ ।

ତୃତୀୟ ପର୍ଯ୍ୟାୟରେ 61% ମତଦାନ ହୋଇଛି । 2017 ମସିହାରେ 59ଟି ଆସନରେ 62.21% ମତଦାନ କରାଯାଇଥିଲା, ଅର୍ଥାତ୍ ଏଥର ପ୍ରାୟ 1.21% କମ ମତଦାନ ହୋଇଛି। 2012 ତୁଳନାରେ 2017ରେ ଭୋଟିଂରେ 2.42% ବୃଦ୍ଧି ଘଟିଛି । 2012 ରେ, ଏସପି 37 ଟି ସିଟ୍ ପାଇଥିଲା ଏବଂ 2017ରେ ବିଜେପି ଏଠାରେ 41 ଟି ସିଟ୍ ହାସଲ କରିଥିଲା। ଏଥର ଏହି 59 ଟି ଆସନରେ 0.7% ଭୋଟ୍ ହ୍ରାସ ପାଇଛି ।

4. ଚତୁର୍ଥ ପର୍ଯ୍ୟାୟରେ 61.65%, ଯାହା ଗତ ନିର୍ବାଚନ ତୁଳନାରେ ପ୍ରାୟ 1% କମ୍ ଅଟେ ।

ଚତୁର୍ଥ ପର୍ଯ୍ୟାୟରେ ପ୍ରାୟ 61.65% ମତଦାନ ହୋଇଥିବା ବେଳେ 2017 ରେ, 62.55% ମତଦାନ ହୋଇଥିଲା, ଅର୍ଥାତ୍ ଏଥର ପ୍ରାୟ 1% କମ୍ ଭୋଟ୍ ଗ୍ରହଣ ହୋଇଛି । 2012 ତୁଳନାରେ 2017ରେ ମତଦାନ 5% ବୃଦ୍ଧି ଘଟିଛି। 2012ରେ 8% ବୃଦ୍ଧି ପରେ ଏସପି 22 ଟି ସିଟ୍ ହାସଲ କରିଥିଲା ଏବଂ 2017ରେ ବିଜେପି 48ଟି ସିଟ୍ ହାସଲ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+