ଆଗାମୀ ଦୁଇ ତିନି ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ତାରିଖ ସ୍ଥିର ହେବ: ଦେବୀ ମିଶ୍ର
ଶାସକ ବିଜେଡି ପାଇଁ ଆଗାମୀ ଦୁଇ ତିନି ଦିନ ଭିତରେ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର ।
ପିପିଲି: ସରଗରମ ହେଲାଣି ପିପିଲି । ପ୍ରଚାର ମୈଦାନରେ ମେଞ୍ଚା ମେଞ୍ଚା ନେତାଙ୍କ ଭିଡ ଲାଗିଲାଣି । ତେବେ ଶାସକ ବିଜେଡି ପାଇଁ ଆଗାମୀ ଦୁଇ ତିନି ଦିନ ଭିତରେ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର ।
ସେ କହିଛନ୍ତି , ଏବେ ପ୍ରଚାରର ଶେଷ ଷ୍ଟେଜ ଆସିଗଲାଣି। ଜୋରଦାର ପ୍ରଚାର ହୋଇଛି । ବିଜେଡିର ବିପୁଳ ବିଜୟ ହେବ। ଗତ 2019 ନିର୍ବାଚନ ଅପେକ୍ଷା ଅଧିର ହାରରେ ଜିତିବୁ। ସମୟ ବଢ଼ିବ। ଆମ ଟ୍ରମ୍ପ କାର୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେବେ ଆସିବେ ଭୋଟ ଆହୁରି ବଢ଼ିବ। ଦୁଇ ତିନି ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ତାରିଖ ସ୍ଥିର ହେବ।

ଦୀର୍ଘ ଦିନ ଧରି ପ୍ରଦୀପ ମହାରଥୀ ନିଜ ଧାରାରେ ଏକାକୀ ପିପିଲିରେ ନିର୍ବାଚନ ପରିଚାଳନା କରୁଥିଲେ। ତାଙ୍କ ଆଵର୍ତମାନରେ ବ୍ଲକ ଓ ପଂଚୟତ ସ୍ତରରେ ମହାରଥୀଙ୍କ କର୍ମୀଙ୍କ ସହ ପର୍ଯ୍ୟବେକ୍ଷକଙ୍କ ସମନ୍ୱୟ ହୋଇଛି। ପ୍ରଚାର ଜୋରରେ ଚାଲିଛି। ନବୀନ ବାବୁ ଯେବେ ଆସିବେ, ଲୋକଙ୍କ ଆଭିମୁଖ୍ୟ ଆମ ଆଡେ ଆହୁରି ଆସିବ ବୋଲି ଦେବୀ ମିଶ୍ର କହିଛନ୍ତି ।












Click it and Unblock the Notifications