Get Updates
Get notified of breaking news, exclusive insights, and must-see stories!

ସୋନିଆ ଗାନ୍ଧୀ ଇସ୍ତଫା ଦେବେ କଂଗ୍ରେସ ସଭାପତି ପଦବୀରୁ?

ନୂଆଦିଲ୍ଲୀ: କଂଗ୍ରେସ ୱାର୍କିଂ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଛି। ପାଞ୍ଚଟି ରାଜ୍ୟରେ ଦଳ ଶୋଚନୀୟ ପରାଜୟ ପରେ କଂଗ୍ରେସର ବରିଷ୍ଠ ନେତାମାନେ ଆଜି ମାନସ ମନ୍ଥନ କରୁଛନ୍ତି ଆଗାମୀ କାର୍ଯ୍ୟପନ୍ଥା ସମ୍ବନ୍ଧରେ । ଏଥି ପୂର୍ବରୁ ତଥା କଥିତ ଜି-23 କଂଗ୍ରେସ ନେତାଙ୍କ ଏକ ମହତ୍ଵପୂର୍ଣ ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା। ଦଳରେ ପ୍ରଦର୍ଶନକୁ ନେଇ ଅସନ୍ତୁଷ୍ଟ ରହିଥିବା ଏହି ନେତାମାନେ କଂଗ୍ରେସରେ ନେତୃତ୍ଵ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ନ୍ଯୁଜ ଏଜେନ୍ସି ଏଏନଆଇର ସୂତ୍ରରୁ ପ୍ରକାଶିତ ଏକ ଖବର ଅନୁସାରେ ଜି-23 ଗୋଷ୍ଠୀ ପକ୍ଷରୁ ମୁକୁଲ ୱାସନିକଙ୍କୁ ଦଳର ସଭାପତି କରିବାକୁ ଦାବି କରାଯାଇଛି।

CWC meeting Congress

ସୂତ୍ରରୁ ପ୍ରକାଶ ଯେ ଆନନ୍ଦ ଶର୍ମା, ଗୁଲାମ ନବି ଆଜାଦ, କପିଲ ସିବଲଙ୍କୁ ନେଇ ଗଠିତ ଜି-23 ପକ୍ଷରୁ ଦଳର ସଭାପତି ପଦ ପାଇଁ ମୁକୁଲ ୱାସନିକଙ୍କ ନାମ ପରାମର୍ଶ ଦେଇଥିଲା। ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତୀକାଳୀନ ସଭାପତି ହୋଇଥିଲେ ମଧ୍ୟ କଂଗ୍ରେସ କେସି ଭେନୁଗୋପାଲ, ଅଜୟ ମାକେନ ଏବଂ ସୁରେଜ ବାଲାଙ୍କ ଭଳି ନେତାଙ୍କ ଇଙ୍ଗିତରେ ପରିଚାଳିତ ହେଉଛି ବୋଲି ଅଭିଯୋଗ ହୋଇଛି। ସେମାନଙ୍କ ଉପରେ କୌଣସି ଉତ୍ତରଦାୟିତ୍ୱ ସ୍ଥିର କରାଯାଇ ନାହିଁ। ରାହୁଲ ଗାନ୍ଧୀ ସଭାପତି ନୁହଁନ୍ତି। କିନ୍ତୁ ସେ ପ୍ରଚ୍ଛଦପଟ୍ଟରୁ ରହି କାମ କରୁଛନ୍ତି ଏବଂ ସମସ୍ତ ନିଷ୍ପତ୍ତି ନେଉଛନ୍ତି ବୋଲି ଜି-23 ଗୋଷ୍ଠୀର ନେତାମାନେ ଅଭିଯୋଗ କରିଛନ୍ତି । ନେତୃତ୍ଵ ପରିବର୍ତ୍ତନ ନେଇ କଂଗ୍ରେସର ଶୀର୍ଷ କମିଟି ବୈଠକରେ ଗାନ୍ଧୀ ପରିବାର ପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଥିବା ନେତାମାନେ ନୀରବତା ବଜାୟ ରଖିଥିବା ବେଳେ ଏକାଧିକ ବରିଷ୍ଠ ନେତା ଆଖିଦୃଶିଆ ପରିବର୍ତ୍ତନ ଚାହୁଁଛନ୍ତି ଦଳରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+