ବିଜେଡିରୁ ଇସ୍ତଫା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ

ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୃହରି । କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଆଜି ମେଣ୍ଟ ନ ହେବା ନେଇ ସ୍ପଷ୍ଟତା ଆସିବା ପରେ ମହତାବ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଏଥରକୁ ମିଶାଇ କଟକରୁ ୬ ଥର ସାଂସଦ ଭର୍ତ୍ତୃହରି । ତେବେ ସେ ଆଜି ଇସ୍ତଫା ଦେଇଛନ୍ତି।

Bhartruhari Mahtab

ପ୍ରେସମିଟରେ ଇସ୍ତଫା ସୂଚନା ଦେଲେ ସାଂସଦ ଭର୍ତ୍ତୃହରି । ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଭର୍ତ୍ତୃହରି ମହତାବ ।

ବହୁତ ସହିଛି, ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି ବୋଲି ମହତାବ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ନିଷ୍ପତ୍ତି କଠୋର ହୋଇପାରେ, କିନ୍ତୁ ମୋତେ ଆଜି ହାଲୁକା ଲାଗୁଛି । ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେଲି । ସେଥିପାଇଁ ଦଳରେ ରହିବା ଆବଶ୍ୟକ ମନେ କଲି ନାହିଁ' ।

ଇସ୍ତଫା କାହିଁକି ଦେଲେ ଖୋଲି କହିଲେ ଭର୍ତ୍ତୃହରି ମହତାବ । ଧୈର୍ଯ୍ୟର ଗୋଟିଏ ସୀମା ଥାଏ, ଧୈର୍ଯ୍ୟ ସୀମା ଟପିଲା କହିଲେ।
ଦୁର୍ନୀତି, ବ୍ୟକ୍ତିଗତ ସଂପତ୍ତି ଆହରଣ ବିରୋଧରେ ଲଢ଼ିବାକୁ ବିଜେଡି ସୃଷ୍ଟି' । ଦଳର ସଂଚାଳନ, ପରିଚାଳନାରେ ସଂଶୋଧନ ପାଇଁ ଉଦ୍ୟମ କରିଛି ବୋଲି ସେ କହିଛନ୍ତି ।

ସରକାର ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି କହିଲେ ଭର୍ତ୍ତୃହରି । ସରକାର ପରିଚାଳନା ତ୍ରୁଟି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି । କେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ପ୍ରଶ୍ନରେ ଭର୍ତ୍ତୃହରିଙ୍କ ଉତ୍ତର
ଏନେଇ ଡାଏରୀ ଖୋଲିବାକୁ ପଡ଼ିବ ବୋଲି କହିଲେ ଭର୍ତ୍ତୃହରି ।

ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟକୁ ଅନ୍‌ ଏଥିକାଲ କହିଲେ ଭର୍ତ୍ତୃହରି । ଏକ ଅନ୍‌ ଏଥିକାଲ ବା ଅନୈତିକ ମେଣ୍ଟ ହେବାକୁ ଯାଉଥିଲା'। ମେଣ୍ଟ ହେଲାନାହିଁ, ଏହା ଗଣତନ୍ତ୍ର ପାଇଁ ଶୁଭ ସଂକେତ ବୋଲି ଭର୍ତ୍ତୃହରି କହିଛନ୍ତି ।

ବିଜେପି ଯିବେ କି ନାହିଁ ପ୍ରଶ୍ନରେ ଭର୍ତ୍ତୃହରି ଉତ୍ତର କହିଛନ୍ତି, ଏକଥା ସମୟ କହିବ ବୋଲି କହିଲେ ସାଂସଦ ଭର୍ତ୍ତୃହରି । ପୁଣି ଏକ ବନ୍ଧନ ଭିତରକୁ ଯିବି କି ନାହିଁ ସମୟ କହିବ। ବନ୍ଧୁ, ଶୁଭେଚ୍ଛୁ ଏବଂ ମୋ ଲୋକମାନଙ୍କ ମତାମତ ନେବି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+