ଫସଲ ବୀମା ରାଜନୀତି: କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠିକୁ ସସ୍ମିତଙ୍କ ଟାର୍ଗେଟ, କଂଗ୍ରେସର ପ୍ରଶ୍ନ କିଏ ସତ କହୁଛି ?
ଫସଲ ବୀମାକୁ ନେଇ ସରଗରମ ରାଜ୍ୟ ରାଜନୀତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ଯୋଗୁ ସେ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ଦାୟୀ କରିଛନ୍ତି । ଯାହାର ଜବାବ ର
ଭୁବନେଶ୍ୱର: ଫସଲ ବୀମାକୁ ନେଇ ସରଗରମ ରାଜ୍ୟ ରାଜନୀତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ଯୋଗୁ ସେ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ଦାୟୀ କରିଛନ୍ତି । ଯାହାର ଜବାବ ରଖିଛି ବିଜେଡ଼ି । ସେପଟେ କଂଗ୍ରେସ କହିଛି କିଏ ସତ କହୁଛି ? ବିଜେଡି ନା ବିଜେପି ...

ଆଜି ଚିଠିରେ ତୋମାର ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟର ଦାୟିତ୍ୱ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀକୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରିକ୍ଟ ପ୍ରଦାନ କରିବା ଏବଂ ପ୍ରିମିୟମ ରେଟର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ତେବେ ଏଥିଲାଗି ଥିବା ସଠିକ୍ ନିୟମ ଓ ପ୍ରକ୍ରିୟାକୁ ରାଜ୍ୟ ସରକାର ଅନୁସରଣ କରି ନାହାନ୍ତି ।
ଏହାର ଜବାବର ବିଜେଡ଼ି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ଚିଠି ଭିତ୍ତିହୀନ । ଏହି ଚିଠିରେ ଅର୍ଦ୍ଧସତ୍ୟ ଲେଖାଯାଇ ଚାଷୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଇଛି । ୨୯ ଅଗଷ୍ଟ ୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଥିବା ନେଇ କାହିଁକି ଉଲ୍ଲେଖ କରିନାହାନ୍ତି କେନ୍ଦ୍ରମନ୍ତ୍ରୀ ? ଚିଠି ପ୍ରସଙ୍ଗ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ତୋମାର ଉଲ୍ଲେଖ କରିନଥିଲେ କାରଣ, ଚିଠି ବାବଦରେ ଉଲ୍ଲେଖ ହୋଇଥିଲେ ସ୍ୱଷ୍ଟ ହୋଇ ଯାଇଥାନ୍ତା ଯେ, ମୁଖ୍ୟମନ୍ତ୍ରୀ ଚାପ ପକାଇବା କାରଣରୁ ଯେଉଁ ଫସଲବୀମା ଅର୍ଥ କେନ୍ଦ୍ର ଅଟକାଇ ରଖିଥିଲା, ଯାହାକୁ ବାଧ୍ୟ ହୋଇ ରିଲିଜ କଲା ବୋଲି ।
ତେବେ ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଏଭଳି ଚିଠି ଲେଖାଯାଇଛି କି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର । ସେ କହିଛନ୍ତି ଓଡ଼ିଶାର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ୯ ନଭେମ୍ବର ୨୦୨୨ରେ ଯେତେବେଳେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଥିଲେ ସେତେବେଳେ ଫସଲବୀମା ଯୋଜନା ଟଙ୍କା ଚାଷୀଙ୍କୁ ଦେବାକୁ ଦାବି ଜଣାଇଥିଲେ । କିନ୍ତୁ ସେ ବାବଦରେ ମଧ୍ୟ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠିରେ ଉଲ୍ଲେଖ ନାହିଁ । ଏଭଳି କରି କଣ ଲୁଚାଇବାକୁ ଚାହୁଁଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଫସଲବୀମା ଯୋଜନା ଅଟକାଇ କେନ୍ଦ୍ର ବହୁତ ଖରାପ ଅବସ୍ଥାରେ ଛନ୍ଦି ହୋଇ ପଡିଛି । ଫସଲବୀମା ଟଙ୍କା କେନ୍ଦ୍ର ଅଟକାଇଛି ବୋଲି ଚାଷୀ ଜାଣିବା ପରେ ଏହାକୁ କିଭଳି ଲୋକଲୋଚନରୁ ଏଡାଇ ହେବ ସେଥିପାଇଁ ଚିଠି ନାଟକ ହୋଇଛି । ଅନ୍ୟପଟେ କିଏ ସତ କହୁଛି ବିଜେପି ନା ବିଜେଡି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।












Click it and Unblock the Notifications