କୋଭିଡ ଟିକା ଦର ଚିନ୍ତାଜନକ ବିଷୟ: ଅମର ପଟ୍ଟନାୟକ
କେନ୍ଦ୍ର ସରକାରଙ୍କ ଦ୍ବାରା କୋଭାକ୍ସିନ୍ ଓ କୋଭିସିଲ୍ଡ ଦର ଘୋଷଣା ପରେ ରାଜ୍ୟରେ ଏହାକୁ ବିରୋଧ କରଯାଇଛି । ଟିକା ଦରକୁ ଚିନ୍ତାଜନକ ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ।
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ବାରା କୋଭାକ୍ସିନ୍ ଓ କୋଭିସିଲ୍ଡ ଦର ଘୋଷଣା ପରେ ରାଜ୍ୟରେ ଏହାକୁ ବିରୋଧ କରଯାଇଛି । ଟିକା ଦରକୁ ଚିନ୍ତାଜନକ ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ।

ସେ କହିଛନ୍ତି, ଆମେ ଭାବିଥିଲୁ କୋଭିସିଲ୍ଡ ପରି ICMR ସହଯୋଗରେ ପ୍ରସ୍ତୁତ କୋଭାକ୍ସିନ୍ ଦର କମ୍ ରହିବ । ହେଲେ ଦର ବହୁତ ବଢିଛି । ରାଜ୍ୟମାନଙ୍କ ସମ୍ବଳ ଉପରେ ଅଧିକ ଚାପ ପଡ଼ିବ । ରାଜ୍ୟମାନେ ନିଜ ସ୍ତରରେ କୋଭିଡ୍ ମୁକାବିଲା କରୁଛନ୍ତି ।
ଯେତେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଛି, ସେଥିରେ ଯେତେ ଖର୍ଚ୍ଚ ହେଲେ ତୁରନ୍ତ ସୁଧାର ଆସିବା ସମ୍ଭବ ନୁହେଁ । ତେଣୁ କୋଭିଡ୍ ଟିକା କିଣିବାରେ ଏତେ ଖର୍ଚ୍ଚ ହେଲେ, ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ହେବ କେମିତି ? ଯାହା ପାଖରେ ଟଙ୍କା ଅଛି, ସେ କିଣି ପାରିବେ । କେନ୍ଦ୍ର ସରକାର ଗୋଟିଏ ଦରରେ କିଣି ସମସ୍ତ ଖର୍ଚ୍ଚ ବହନ କଲେ, ରାଜ୍ୟ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ କରିପାରିବେ । ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ଆର୍ଥିକ ବୋଝ ନ ପକାଉ ବୋଲି କହିଛନ୍ତି ଅମର ପଟ୍ଟନାୟକ ।












Click it and Unblock the Notifications