ଜାରି ରହିଛି ଭୋଟଗଣନା: ନାଗାଲାଣ୍ଡ, ତ୍ରିପୁରାରେ ଆଗୁଆ ରହିଛି ବିଜେପି
ନାଗାଲାଣ୍ଡରେ ୟାନଥୁଙ୍ଗୋ ପାଠୋନ ଆଗୁଆ ଅଛନ୍ତି । ୪୧ସିଟର୍ ଆଗରେ ରହିଛି ବିଜେପି ।

ନୂଆଦିଲ୍ଲୀ: ଉତ୍ତର-ପୂର୍ବର ତିନି ରାଜ୍ୟ ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରା ରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଲାଗି ଗଣତି ଆରମ୍ଭ ହୋଇଯାଇଛି । ଆଜି ସକାଳ ୮ ଟାରୁ ତିନି ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଛି । କେଉଁ ରାଜ୍ୟରେ କେଉଁ ଦଳକୁ ବହୁମତ ମିଳୁଛି ଏବଂ କେଉଁ ରାଜ୍ୟରେ କେଉଁ ଦଳ ସରକାର ଗଠନ କରିବାକୁ ସକ୍ଷଣ ହେଉଛି ତାହା ଫଳାଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ହେବ । ହେଲେ ଟ୍ରେଣ୍ତ ଅନୁସାରେ ନାଗାଲାଣ୍ଡ-ତ୍ରିପୁରାରେ ଆଗୁଆ ରହିଛି ବିଜେପି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ମାଣିକ ସାହା ଟାଉନ୍ ବାର୍ଡୋଭାଲି ବିଧାନସଭା ଆସନରୁ ଆଗୁଆ ରହିଛନ୍ତି । ୬୦ଟି ଆସନ ବିଶିଷ୍ଚ ତ୍ରିପୁରା ବିଜେପି ୩୫ଟିରେ ଆଗୁଆ ଥିବା ବେଳେ ବାମପନ୍ଥୀ ମେଣ୍ଟ-କଂଗ୍ରେସ ୧୮ଟି, ତ୍ରିପା ଦଳ ୭ଟି ସିଟରେ ଆଗୁଆ ଅଛି । ସେହିପରି ମେଘାଳୟର ମୋଟ 59 ଟି ଆସନରେ NPP 17 ରେ, କଂଗ୍ରେସ 7 ରେ, ଟିଏମସି 13 ରେ, ଅନ୍ୟମାନେ 17 ରେ ଏବଂ ବିଜେପି 5 ରେ ଆଗୁଆ ରହିଛି । କମଲପୁରରେ ବିଜେପିର ମନୋଜ କାନ୍ତି ଦେବ୍ TMP ପ୍ରାର୍ଥୀ ମେରି ଦେବରମାଙ୍କ ବିରୋଧରେ ଆଗୁଆ ଅଛନ୍ତି । ନାଗାଲାଣ୍ଡରେ ୟାନଥୁଙ୍ଗୋ ପାଠୋନ ଆଗୁଆ ଅଛନ୍ତି । ୪୧ସିଟର୍ ଆଗରେ ରହିଛି ବିଜେପି ।
ନାଗାଲାଣ୍ତରେ ବିଜେପି ଜିତୁଥିବା ଜଣାପଡୁଛି । ଟ୍ରେଣ୍ତପେ ଏଠାରେ, ଭାଜପା ମିଳିତ ମେଣ୍ଟର ଆଗୁଆ ଆସନ ସଂଖ୍ୟା ୫୧ରେ ପହଞ୍ଚିଛି । ୩ଟି ରାଜ୍ୟର ଭୋଟ ଗଣନା କେନ୍ଦ୍ରଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ତ୍ରିପୁରା ଅଗରତାଲାରେ ଜନଧାରଣଙ୍କ ମନର ଆତ୍ମବିଶ୍ୱାସ ଜାଗ୍ରତ କରିବା ପାଇଁ ନିରାପତ୍ତା କର୍ମଚାରୀମାନେ ବିଭିନ୍ନ ଅଞ୍ଚଳରେ ଫ୍ଲାଗ୍ ମାର୍ଚ କରୁଛନ୍ତି ।












Click it and Unblock the Notifications