କେଜ୍ରିୱାଲ ବିରୋଧରେ ବିବାଦୀୟ ପୋଷ୍ଟର; ଲେଖାଗଲା ହିନ୍ଦୁ ବିରୋଧୀ କେଜ୍ରିୱାଲ ଫେରିଯାଆନ୍ତୁ
ହିନ୍ଦୁ ବିରୋଧୀ କେଜ୍ରିୱାଲ ଫେରିଯା, ଆଣ୍ଟିହିନ୍ଦୁ କେଜ୍ରିୱାଲ ଏପରି ପୋଷ୍ଟର ଲାଗିଥିଲା ଗୁଜୁରାଟରେ। AAP ର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗୁଜୁରାଟ ଗସ୍ତରେ ଏହା ଦେଖିବାକୁ ମିଳିଛି।
ନୂଆଦିଲ୍ଲୀ: ହିନ୍ଦୁ ବିରୋଧୀ କେଜ୍ରିୱାଲ ଫେରିଯା, ଆଣ୍ଟିହିନ୍ଦୁ କେଜ୍ରିୱାଲ ଏପରି ପୋଷ୍ଟର ଲାଗିଥିଲା ଗୁଜୁରାଟରେ। AAP ର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗୁଜୁରାଟ ଗସ୍ତରେ ଏହା ଦେଖିବାକୁ ମିଳିଛି। ଅହମ୍ମଦାବାଦ, ରାଜକୋଟ, ସୁରଟ ଏବଂ ଭଦୋଦରା ସହରରେ ଏହି ବ୍ୟାନର ଲଗାଯାଇଛି। ଆପ ମନ୍ତ୍ରୀଙ୍କ ହିନ୍ଦୁ ବିରୋଧ ମନ୍ତବ୍ୟ ପାଇଁ ଏହା ଦେଖିବାକୁ ମିଳିଛି।

ଡିସେମ୍ବରରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ ଆମ୍ ଆଦମୀ ଦଳର ବରିଷ୍ଠ ନେତାମାନେ ଲଗାତାର ଗୁଜୁରାଟ ଗସ୍ତ କରୁଛନ୍ତି। ଦିଲ୍ଲୀ ଏବଂ ପଞ୍ଜାବ ପରେ ଗୁଜରାଟରେ ମଧ୍ୟ ଦଳ ଜିତିବାକୁ ଚେଷ୍ଟା କରୁଛି। ଏହି ସମୟରେ, ପ୍ରମୁଖ ସହରଗୁଡ଼ିକରେ AAP ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅନେକ ପୋଷ୍ଟର-ବ୍ୟାନର ଲଗାଯାଇଛି ଯେଉଁଥିରେ ତାଙ୍କୁ ହିନ୍ଦୁ ବିରୋଧୀ ବୋଲି କୁହାଯାଉଛି। ଏହି ପୋଷ୍ଟର-ବ୍ୟାନରରେ ତାଙ୍କୁ ଅନ୍ୟ ସମ୍ପ୍ରଦାୟର ଟୋପି ପିନ୍ଧିଥିବାର ଦେଖାଯାଇଛି ।
କେଜ୍ରିୱାଲଙ୍କ ଛବି ସହିତ କେତେକ ବ୍ୟାନରରେ 'ହିନ୍ଦୁ ବିରୋଧୀ କେଜ୍ରିୱାଲ ଫେରିଯା'ର ସ୍ଲୋଗାନ ଲେଖାଯାଇଛି। କେତେକରେ ଏହା ଲେଖାଯାଇଛି 'ମୁଁ ବ୍ରହ୍ମା, ବିଷ୍ଣୁ ମହେଶ୍ୱରଙ୍କୁ ବିଶ୍ୱାସ କରେ ନାହିଁ' । ଅହମ୍ମଦାବାଦ, ରାଜକୋଟ, ସୁରଟ ଏବଂ ଭଦୋଦରା ସହରରେ ଏହି ବ୍ୟାନର ଲଗାଯାଇଛି।












Click it and Unblock the Notifications