Get Updates
Get notified of breaking news, exclusive insights, and must-see stories!

କଂଗ୍ରେସ ବ୍ୟାଙ୍କ ଆକାଉଣ୍ଟ ହେଲା ଫ୍ରିଜ୍, ସରକାରଙ୍କୁ ଟାର୍ଗେଟ୍ କଲେ ମଲ୍ଲିକାର୍ଜୁନ ଖଡଗେ

Mallikarjun Kharge: ଗୁରୁବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଦାବି କରିଛନ୍ତି ଯେ, କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି । କଂଗ୍ରେସ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ ଶାସକ ଦଳ ଏପରି କରିଛି ବୋଲି ସେ କହିଛନ୍ତି । କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖଡଗେ କହିଛନ୍ତି, ଆମକୁ ଦେଶର ଗଣତନ୍ତ୍ର ବଞ୍ଚାଇବାକୁ ପଡିବ ଏବଂ ଏଥିପାଇଁ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଉଚିତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ସମ୍ବଳ, ଗଣମାଧ୍ୟମ ଏବଂ ସାମ୍ବିଧାନିକ ତଥା ନ୍ୟାୟିକ ଅନୁଷ୍ଠାନ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିଛି । ଲୋକସଭା ନିର୍ବାଚନର ପାଇଁ ତାରିଖ ଘୋଷଣା କରାଯାଇଛି। ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଭାରତ ପରିଚିତ । ଏଠି ପ୍ରତ୍ୟେକ ନାଗରିକ ଭୋଟ୍ ଦେବାକୁ ଆଗ୍ରହୀ । ବର୍ତ୍ତମାନ ପର୍ଯ୍ୟନ୍ତ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଆସୁଛି ।

Mallikarjun Kharge

ଖଡଗେ କହିଛନ୍ତି, ତେବେ ପ୍ରତ୍ୟେକ ରାଜନୈତିକ ଦଳକୁ ସମାନ ସୁଯୋଗ ମିଳିବା ଉଚ। ହେଲେ ବିଜେପି ସରକାର ସମ୍ବଳ, ଗଣମାଧ୍ୟମ, ସାମ୍ବିଧାନିକ ଏବଂ ନ୍ୟାୟିକ ଅନୁଷ୍ଠାନଗୁଡ଼ିକୁ ଉପରେ କବଜା କରି ବସିଛି ବୋଲି ସେ ଦାବି କରିଛନ୍ତି । ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଉଚିତ୍ ।

କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଗ୍ରହଣ କରାଯାଇଥିବା ନିର୍ବାଚନ ବଣ୍ଡର ବିବରଣୀ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ। ଏହା ଦେଶର ଭାବମୂର୍ତ୍ତିକୁ ନଷ୍ଟ କରୁଛି । ଗତ ୭୦ବର୍ଷ ମଧ୍ୟରେ ନ୍ୟାୟପୂର୍ଣ୍ଣ ନିର୍ବାଚନ ଆସୁଛି । ଏକ ସୁସ୍ଥ ଗଣତନ୍ତ୍ରର ପ୍ରତିଛବି ସୃଷ୍ଟି ହୋଇଥିଲା, କିନ୍ତୁ ଆଜି ଏହା ଉପରେ ପ୍ରଶ୍ନବାଚି ସୃଷ୍ଟି ହେଉଛି । ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନର ସରକାର ନିଜ ଆକାଉଣ୍ଟରେ କୋଟି କୋଟି ଟଙ୍କା ଭରିବାରେ ଲାଗିଛି ।

ଅନ୍ୟପକ୍ଷରେ ଖଡଗେ କହିଛନ୍ତି, ଯେ ଆମର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିବା କାରଣରୁ ଆମେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବୁ ନାହିଁ । ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆମକୁ ସମାନ ସୁଯୋଗ ଦିଆଯାଉ ନାହିଁ। ଏହା ଶାସକ ଦଳର ଏକ ପ୍ଲାନ୍ । ଗଣତନ୍ତ୍ରକୁ ବଞ୍ଚାଇବାକୁ ହେଲେ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଉଚିତ୍ । ସେ ଆହୁରି ମଧ୍ୟ ଅଭିଯୋଗ କହିଛନ୍ତି, ବିଜେପି ଯେଉଁ ଉପାୟରେ କିଛି କମ୍ପାନୀଠୁ ଟଙ୍କା ନେଇଛି ସେ ବିଷୟରେ ମୁଁ ଆଲୋଚନା କରିବା ପାଇଁ ଚାହେଁ ନାହିଁ । ବର୍ତ୍ତମା ଏହି ମାମଲା ସୁପ୍ରିମକୋର୍ଟରେ ରହିଛି ଏବଂ ଆଶା କରିଛୁ ଖୁବ୍ ଶୀଘ୍ର ସଠିକ୍ ଏବଂ ସତ୍ୟ ରିପୋର୍ଟ ପ୍ରକାଶ ପାଉ । କୌଣସି ରାଜନୈତିକ ଦଳ ଆୟକର ଅଧୀନରେ ଆସେ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+