Get Updates
Get notified of breaking news, exclusive insights, and must-see stories!

ରବିବାର ବସିବ କଂଗ୍ରେସ କଂଗ୍ରେସ ୱାର୍କିଂ କମିଟିର ବୈଠକ, ପରାଜୟ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: କଂଗ୍ରେସର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା, କଂଗ୍ରେସ ୱାର୍କିଂ କମିଟିର ବୈଠକ ବସିବ ରବିବାର ଅପରାହ୍ନରେ। ବିଧାନସଭା ନିର୍ବାଚନରେ ପ୍ରଦର୍ଶନ ପରେ କଂଗ୍ରେସର ସବୁଠାରୁ ବଡ ନିଷ୍ପତ୍ତି ଗ୍ରହଣକାରୀ କମିଟିର ବୈଠକକୁ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ଵପୂର୍ଣ ଭାବରେ ବିଚାର କରାଯାଉଛି। ନିକଟରେ ଅନୁଷ୍ଠିତ ପାଞ୍ଚଟି ବିଧାନସଭା ନିର୍ବାଚନରେ ​​ଦଳର ପ୍ରଦର୍ଶନ ଉପରେ ଆଲୋଚନା ହେବ ଏହି ବୈଠକରେ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ପଞ୍ଜାବରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ତଥା ନିର୍ବାଚନ ହୋଇଥିବା ଅନ୍ୟ ଚାରିଟି ପ୍ରଦେଶରେ ମଧ୍ୟ ବିଫଳତାର ସ୍ଵାଦ ଚାଖିଥିବା କଂଗ୍ରେସର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ଆଲୋଚନା ହେବ ଏହି ବୈଠକରେ।

congress cwc meeting

କଂଗ୍ରେସର ନେତୃତ୍ୱକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି । ଏହି ପରିପ୍ରେକ୍ଷୀରେ ହେବାକୁ ଥିବା ଏହି ବୈଠକରେ କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ମଧ୍ୟ ବାର୍ତ୍ତାଳାପ ହୋଇପାରେ। ସଭାପତି ନିର୍ବାଚନ ପାଇଁ ଚଳିତ ବର୍ଷ ସେପ୍ଟେମ୍ବରରେ ତାରିଖ ଧାର୍ଯ୍ୟ ହୋଇଛି। ଦଳର ଖରାପ ପ୍ରଦର୍ଶନ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପାଇଁ ଏକ ଗୁରୁତର ଆହ୍ଵାନ ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି। ଯେହେତୁ ସେ ଏବଂ ତାଙ୍କ ଭଉଣୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଧାନସଭା ପ୍ରଚାରର ମଙ୍ଗ ଧରିଥିଲେ।

କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଟୁଇଟ୍ କରି କହିଛନ୍ତି ଯେ, ବର୍ତ୍ତମାନ ଫଳାଫଳ ଘୋଷଣା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି - ଯଦି ଆମକୁ ସଫଳ ହେବାକୁ ପଡିବ ତେବେ ପରିବର୍ତ୍ତନକୁ ସ୍ଵୀକାର କରିବାକୁ ପଡିବ। "ବିଧାନସଭା ନିର୍ବାଚନର ଫଳାଫଳରୁ କଂଗ୍ରେସରେ ବିଶ୍ବାସ କରୁଥିବା କର୍ମୀ ତଥା ସମର୍ଥକମାନଙ୍କୁ ବହୁତ କଷ୍ଟ ଅନୁଭବ ହେଉଛି।

କଂଗ୍ରେସକୁ ଗାନ୍ଧୀ ପରିବାରରୁ ମୁକ୍ତ କରି ସାଂଗଠନିକ ପରିବର୍ତ୍ତନ ପାଇଁ ଦାବି କରୁଥିବା ଜି -23ର ନେତାମାନେ ଶୁକ୍ରବାର ସନ୍ଧ୍ୟାରେ ବରିଷ୍ଠ ନେତା ଗୁଲାମ ନାବି ଆଜାଦଙ୍କ ବାସଭବନରେ ସାକ୍ଷାତ କରି ଗୁରୁତ୍ୱପୂର୍ଣ୍ଣ କଂଗ୍ରେସ ୱାର୍କିଂ କମିଟି ବୈଠକ ପୂର୍ବରୁ ସେମାନଙ୍କ ରଣନୀତି ପ୍ରସ୍ତୁତ କରିଥିଲେ। ଗତ କେତେକ ରାଜ୍ୟର ବିଧାନସଭା ନିର୍ବାଚନର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ କିଛି ବରିଷ୍ଠ ନେତା ନେତୃତ୍ଵ ପରିବର୍ତନ ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି । ପଞ୍ଜାବରେ ଖରାପ ପ୍ରଦର୍ଶନ, କେରଳ, ତାମିଲନାଡୁ, ପୁଡୁଚେରି, ମଣିପୁର, ଗୋଆ ଇତ୍ୟାଦି ରାଜ୍ୟରେ ଅଧିକ ଭଲ କରିବା ନିମନ୍ତେ କଂଗ୍ରେସ ପାଇଁ ସୁଯୋଗ ରହିଥିଲେ ମଧ୍ୟ ଦଳକୁ ସଫଳତା ମିଳିନାହିଁ। ସେହିପରି ଉତ୍ତର ପ୍ରଦେଶରେ 403 ଆସନ ମଧ୍ୟରୁ କଂଗ୍ରେସ ଅତ୍ୟନ୍ତ ନୈରାଶ୍ୟଜନକ ଭାବରେ ମାତ୍ର ଦୁଇଟି ଆସନ ଜିଣିବାରେ ସହାୟକ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+