ତେଲେଙ୍ଗାନା ମତଦାନ ପୂର୍ବରୁ ଖଡଗେଙ୍କ ବଡ଼ ଦାବି: ସମସ୍ତ ୪ଟି ରାଜ୍ୟରେ କଂଗ୍ରେସ ହେବ ବିଜୟ
Telangana Assembly Election 2023: ଆସନ୍ତାକାଲି ଅର୍ଥାତ୍ 30 ନଭେମ୍ବରରେ ତେଲେଙ୍ଗାନାରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଭୋଟିଂ ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦାବି କରିଛନ୍ତି ଯେ, କଂଗ୍ରେସ 4 ରାଜ୍ୟରେ ନିର୍ବାଚନ ଜିତିବାକୁ ଯାଉଛନ୍ତି ।
ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି,ମୋର ବିଶ୍ୱାସ ଯେ ଆମେ ସମସ୍ତ 4 ଟି ରାଜ୍ୟରେ ନିର୍ବାଚନ ଜିତିବା ପାଇଁ ଯାଉଛୁ । ଆମେ ତେଲେଙ୍ଗାନା, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜୟ ଲାଭ କରିବୁ । ସେ ଆହୁରି କହିଛନ୍ତି, ଆମେ ମିଜୋରାମରେ ମଧ୍ୟ ଚେଷ୍ଟା ଜାରି ରଖିବୁ ।

ଗତ ବିଧାନସଭା ନିର୍ବାଚନ ବିଷୟରେ କହିବାକୁ ଗଲେ ବିଆରଏସ 88 ଟି ଆସନ, କଂଗ୍ରେସ 19 ଏବଂ ବିଜେପି 1 ଟି ଆସନ ଜିତିଥିଲା। ଏଭଳି ପରିସ୍ଥିତିରେ ବିଆରଏସ ରାଜ୍ୟରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି। ରାଜ୍ୟ ଗଠନ ପରଠାରୁ ବିଆରଏସ କ୍ରମାଗତ ଭାବରେ କ୍ଷମତାରେ ରହିଆସୁଛି। ଏଭଳି ପରିସ୍ଥିତିରେ କଂଗ୍ରେସ ସତା ହାତେବା ସହଜ ନୁହେଁ ।
ବିଆରଏସ ଏହି ନିର୍ବାଚନରେ ଯଦି ହାରିଯାଏ ତେବେ ଦଳର ସମସ୍ୟା ଆରୁରି ବଢିଯିବାର ଆଶଙ୍କା ରହିଛି । ସେହିପରି ବିଜେପି ବିଷୟରେ କିହିବା ପାଇଁ ଗଲେ ଏଠାରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ନେତୃତ୍ୱ ନେଇଥିଲେ ଏବଂ ବିଶାଳ ସମାବେଶ କରିଥିଲେ। ଏଭଳି ପରିସ୍ଥିତିରେ ବିଜେପି ମଧ୍ୟ ଏହି ନିର୍ବାଚନରେ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରିଛି ।
ତେଲେଙ୍ଗାନାରେ ମତଦାନ ପାଇଁ ନିର୍ବାଚନ ଆୟୋଗ ସମସ୍ତ ପ୍ରସ୍ତୁତି କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ା କଡି କରାଯାଇଛି । ଭୋଟ୍ ପୂର୍ବରୁ ନିର୍ବାଚନ ଆୟୋଗ ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ବାସ୍ତବରେ ଏହି ପୋଲିସ କର୍ମଚାରୀମାନେ ଟଙ୍କା ବଣ୍ଟନ ସତ୍ତ୍ୱେ ବିଆରଏସ ବିଧାୟକଙ୍କ ପୁଅକୁ ଗିରଫ କରିନଥିଲେ। ତାଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ ଆଦେଶ ପାଳନ ନକରିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି।












Click it and Unblock the Notifications