ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ନେଇ ଆନ୍ଦୋଳନ କରିବ କଂଗ୍ରେସ

ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡ଼ି ସରକାର ଉପରେ ବର୍ଷିଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡ଼ି ସରକାର ଉପରେ ବର୍ଷିଛନ୍ତି ।

ସେ କହିଛନ୍ତି ୨୦୧୬ର ଅପରିଣାମଦର୍ଶୀ ବିମୁଦ୍ରାୟନ ପରେପରେ କୋଭିଡ-୧୯ର ମାଡ଼ରେ ସବୁବର୍ଗର ଜନସାଧାରଣଙ୍କ ଆର୍ଥିକ ଦୁର୍ଗତି ଭିତରକୁ ଠେଲି ହୋଇ ଯାଇଛନ୍ତି । ପ୍ରତ୍ୟେକ ପରିବାର ଆୟ କମିଛି । କ୍ଷୁଦ୍ର ମଧ୍ୟମ ଅଣୁଶିଳ୍ପ ସଂସ୍ଥାର ଆର୍ଥକ ମେରୁଦଣ୍ଡ ଭାଙ୍ଗିଯାଇଛି । ସେମାନେ ଅଂଟାସଳଖ କରି ଛିଡ଼ା ହୋଇ ପାରି ନାହାନ୍ତି । ସେ ସମୟରେ ରାଜ୍ୟରେ ସବୁବର୍ଗର ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ରାଜ୍ୟ ସରକାରଙ୍କ ସହାୟତାରେ ଓ.ଇ.ଆର.ସି ପାହାର ପରେ ପାହାର ବସାଇ ଚାଲିଛି ।

Congress

ବର୍ଷକ ମଧ୍ୟରେ ଦୁଇ ଦୁଇଥର ବିଦ୍ୟୁତ୍ ଶୁଳ୍କ ବୃଦ୍ଧିପାଇଛି । ଗୋଟିଏ ଥର ୟୁନିଟ୍ ପିଛା ୨୦ ପଇସା ବଢ଼ିଥିଲା ଏବେ ପୁଣି ୩୦ ପଇସା ବଢ଼ିଲା ଯାହାକି ଖାଉଟିଙ୍କ ଉପରେ ବୋଝ ଉପରେ ଲଲିତାବିଡ଼ା ସଦୃଶ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ସରକାର ହୁଅନ୍ତୁ ଅବା ଓ.ଇ.ଆର.ସି ହୁଅନ୍ତୁ ବିତରକ କମ୍ପାନୀମାନଙ୍କ ଉପରେ ନିୟନ୍ତ୍ରଣ ହରାଇଛନ୍ତି । ଅବା କୌଣସି ସ୍ୱାର୍ଥର ସେମାନଙ୍କ ସହିତ ପକ୍ଷଭୁକ୍ତ ହୋଇଛନ୍ତି ଓ ଲୋକ ବିରୋଧି ନିଷ୍ପତି ନେଇଛନ୍ତି । ଲାଗୁଛି ସତେଯେପରି ରାଜ୍ୟ ସରକାର ବିତରକ କମ୍ପାନୀମାନଙ୍କୁ ଲାଭଦେଇ ଦଳୀୟ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଓ.ଇ.ଆର.ସି କୁ ହାତବାରିସୀ କରିଛନ୍ତି । ନିଜର ଅପାରଗତ ଲୁଚାଇବାକୁ ଏହି ଓ.ଇ.ଆର.ସି ଓ ସରକାର ମିଳିତଭାବେ ଉପଭୋକ୍ତାମାନଙ୍କୁ ଶୋଷି ଚାଲିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+