‘କଂଗ୍ରେସର ୱାରେଣ୍ଟି ଗଲାଣି, ସେ କି ଗ୍ୟାରେଣ୍ଟି ଦେବ’
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ ପ୍ରଚାର ପାଇଁ ଆଜି କର୍ଣ୍ଣାଟକ ବିଜେପି କର୍ମୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗାଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ କଂଗ୍ରେସର 'ୱାରେଣ୍ଟି' ଚାଲି ଯାଇଥିବାରୁ ସେ ଆଉ କି 'ଗ୍ୟାରେଣ୍ଟି' ଦେବ ବୋଲି ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଆନନ୍ଦିତ ଯେ, ଏବେ ଦକ୍ଷିଣ ଭାରତରେ ମଧ୍ୟ ଜନସାଧରରଣ 'ରେବଡି'ର (ମାଗଣା ଉପହାର) ଅର୍ଥ ବୁଝିଲେଣି । ଜନକଲ୍ୟାଣରେ ଆଗ୍ରହ ନ ଥିବା କେତେକ ରାଜନୈତିକ ଦଳ ଏହି ମାଗଣା ସଂସ୍କୃତି ଆରମ୍ଭ କରିଛନ୍ତି । କିନ୍ତୁ ସରକାର ଏମିତି ଚାଲେ ନାହିଁ । ସରକାର କେବଳ ଆଜି ଓ ଆଗାମୀ କାଲିର କଥା ଚିନ୍ତା କରେ ନାହିଁ । ସରକାର ଆଗାମୀ ପିଢ଼ିଙ୍କ କଥା ଚିନ୍ତା କରେ ।

ସେ ଆହୁରି ମଧ୍ୟ କହିଛନ୍ତି, ହିମାଚଳ ପ୍ରଦେଶର ଜନସାଧାରଣ ସେମାନଙ୍କର ନିର୍ବାଚନ 'ଗ୍ୟାରେଣ୍ଟି'କୁ ଅପେକ୍ଷା କରିଛନ୍ତି। ୪ ବର୍ଷ ପରେ ଏବେ ରାଜସ୍ଥାନବାସୀ ପ୍ରତିବାଦ ଆରମ୍ଭ କରିଛନ୍ତି। କଂଗ୍ରେସ ଆଉ 'ଗ୍ୟାରେଣ୍ଟି' ଦେବା ଅବସ୍ଥାରେ ନାହିଁ । କଂଗ୍ରେସର ଅର୍ଥ ହେଉଛି ନିରୋଳା ଦୁର୍ନୀତି ଓ ମିଥ୍ୟା । କଂଗ୍ରେସ କି ଗ୍ୟାରେଣ୍ଟି ଦେଇ ପାରିବ ? ତା'ର 'ୱାରେଣ୍ଟି' ଶେଷ ହୋଇଯାଇଛି ।
ଏଥିସହିତ ପ୍ରଧାନମନ୍ତ୍ରୀ କର୍ମୀଙ୍କୁ ବିଜୟ ମନ୍ତ୍ର ମଧ୍ୟ ଦେଇଛନ୍ତି । ସବୁ ଘରେ ଘଣ୍ଟାଏ ଘଣ୍ଟାଏ ସମୟ ବିତାଇବା ସହ ଘରକୁ ଘର ଯାଇ ଡବଲ୍ ଇଞ୍ଜିନ୍ ସରକାରର ଗୁରୁତ୍ୱ ସମ୍ପର୍କରେ ବୁଝାଇବା ପାଇଁ ପରାମର୍ଶ ଦେଇଛନ୍ତି ।
କଂଗ୍ରେସ ଏହି ରାଜ୍ୟ ଗୁଡ଼ିକରେ ଆଉ କୌଣସି ଗ୍ୟାରେଣ୍ଟି ଦେଇପାରିବ ନାହିଁ । କଂଗ୍ରେସର ଅର୍ଥ ହେଉଛି ମିଛ, ଦୁର୍ନୀତି ଓ ଭ୍ରଷ୍ଟାଚାରର ଗ୍ୟାରେଣ୍ଟି । କଂଗ୍ରେସ କି ଗ୍ୟାରେଣ୍ଟି ଦେଇ ପାରିବ ? ତା'ର 'ୱାରେଣ୍ଟି' ଶେଷ ହୋଇଯାଇଛି ।
ସୂଚନାଯୋଗ୍ୟ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ' ୧୦ ତାରିଖରେ ଭୋଟ୍ ଗ୍ରହଣ ହେବ । ମେ ୧୩ ତାରିଖରେ ଫଳାଫଳ ଆସିବ । ତେବେ ଇତିମଧ୍ୟରେ ବିଜେପିର ତାରକା ପ୍ରଚାରକ ତାଲିକାରେ ବିଭିନ୍ନ ରାଜ୍ୟର ମୋଟ ୪୦ ବିଜେପି ନେତାଙ୍କ ନାମ ଅଛି ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications