For Quick Alerts
Turn On Notification  
For Daily Alerts
Oneindia App Download

ବ୍ରଜରାଜନଗର ଉପ-ନିର୍ବାଚନ: କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ ।

|

ଭୁବନେଶ୍ୱର: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ । ଯେଉଁଥିରେ ଅନେକ ବଡ ଚେହେରାଙ୍କୁ ସାମିଲ କରାଯାଇଛି ।

congress bhavan

ତେବେ ପ୍ରଚାର ତାଲିକାରେ ରହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ. ସିଂ ଦେଓ । ସେହିପରି ବ୍ରଜରାଜନଜର ପାଇଁ ମୈଦାନକୁ ଓହ୍ଲାଇବେ ଯୁବ ନେତା କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନୀ। ଛତିଶଗଡ ସୀମାନ୍ତରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ରହି ଥିବାରୁ ଛତିଶଗଡର ଅନେକ ମନ୍ତ୍ରୀଙ୍କୁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ।

congress bhavan

ଅନ୍ୟପଟେ କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ସହପ୍ରଭାରୀ ଜି. ରୁଦ୍ର ରାଜୁଙ୍କ ନାଁ ମଧ୍ୟ ତାଲିକାରେ ରହିଛି । ଏହାସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ରାଜ୍ୟ ସଂଗ୍ରେସର ସମସ୍ତ ବିଧାୟକଙ୍କ ନାଁ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି । ସାଂସଦ ସପ୍ତଗିରି ଉଲାକା, ବରିଷ୍ଠ ନେତା ଭକ୍ତ ଦାସଙ୍କ ମଧ୍ୟ ପ୍ରଚାରକୁ ଓହ୍ଲାଇବା ପାଇଁ ତାଲିକାରେ ନାମ ପ୍ରକାଶ କରିଛି କଂଗ୍ରେସ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Congress Releases Star Campaigners List For Brajrajnagar By Election
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X