ପ୍ରକାଶ ପାଇଲା କଂଗ୍ରେସର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା, କେଉଁ ଆସନରୁ କାହାକୁ ଟିକେଟ୍‌ ?

ଓଡିଶାରେ 49 ଟି ବିଧାନସଭା କ୍ଷେତ୍ର ଓ 8 ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ୍ । ବରିଷ୍ଠ ଅଭିନେତା ମନୋଜ ମିଶ୍ର ବଲାଙ୍ଗୀରରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ବରଗଡ଼ ଲୋକସଭା ଆସନରୁ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ସେହିପରି ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗୀରରୁ ମନୋଜ ମିଶ୍ର, କଳାହାଣ୍ଡି ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମୀର ଚନ୍ଦ୍ର ନାୟକ, ବ୍ରହ୍ମପୁରରୁ ରଶ୍ମୀ ରଞ୍ଜନ ପଟ୍ଟନାୟକ ଓ କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲ୍ଲାକାଙ୍କ ଉପରେ ଭରସା କରିଛି କଂଗ୍ରେସ।

assembly elections and lok sabha election

ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର । ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ନର୍ଲାରୁ ପ୍ରାର୍ଥୀ ହୋଇଥିବା ବେଳେ ଭବାନୀପାଟଣାରୁ ପ୍ରାର୍ଥୀ ହୋଇଛନ୍ତି ସାଗର ଚରଣ ଦାସ । ସେହିଭଳି ସାନଖେମୁଣ୍ଡିରୁ ରମେଶ ଜେନା ପୁଣିଥରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ବିଜୟ ପଟ୍ଟନାୟକଙ୍କୁ ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରିଛି କଂଗ୍ରେସ ।

କଂଗ୍ରେସ ଘୋଷଣା କରିଥିବା ୮ ଲୋକସଭା କ୍ଷେତ୍ର ପ୍ରାର୍ଥୀଙ୍କ ନାଁ

  1. ବରଗଡ - ସଞ୍ଜୟ ଭୋଇ
  2. ସୁନ୍ଦରଗଡ-ଜନାର୍ଦ୍ଦନ ଦେହୁରୀ
  3. ବଲାଙ୍ଗୀର-ମନୋଜ ମିଶ୍ର
  4. କଳାହାଣ୍ଡି - ଦ୍ରୌପଦୀ ମାଝି
  5. ନବରଙ୍ଗପୁର - ଭୁଜବଳ ମାଝୀ
  6. କନ୍ଧମାଳ -ଅମୀର ଚାନ୍ଦ ନାୟକ
  7. ବ୍ରହ୍ମପୁର -ରଶ୍ମି ରଞ୍ଜନ ପଟ୍ଟନାୟକ
  8. କୋରାପୁଟ - ସପ୍ତଗିରି ସଙ୍କର ଉଲାକା

କଂଗ୍ରେସର ବିଧାନସଭା ପ୍ରାର୍ଥୀ

  1. ନୂଆପଡ଼ା: ଶରତ ପଟ୍ଟନାୟକ
  2. ପଦ୍ମପୁର: ଟଙ୍କଧର ସାହୁ
  3. ବିଜେପୁର: କିଶୋର ଦଫାଦାର
  4. ବରଗଡ଼: ନିପନ ଦାସ
  5. ଭଟଲୀ: ବ୍ରହ୍ମା ମହାକୁଡ଼
  6. ବ୍ରଜରାଜନଗର: କିଶୋର ପଟେଲ
  7. ତଳସରା: ପ୍ରବୋଧ ତିର୍କୀ
  8. ସୁନ୍ଦରଗଡ଼: ସୁଧାରାଣୀ ରାଉଡ଼ିଆ
  9. ରଘୁନାଥପାଲୀ: ଗୋପାଳ ଦାସ
  10. ରାଉରକେଲା: ବିରେନ୍ଦ୍ରନାଥ ପଟ୍ଟନାୟକ
  11. ରାଜଗାଙ୍ଗପୁର: ରାଜନ ଏକ୍କା
  12. ଲୋଇସିଂହା: ଓମ ପ୍ରକାଶ କୁମ୍ଭାର
  13. ପାଟଣାଗଡ଼: ଅନିଲ ମେହେର
  14. ବଲାଙ୍ଗିର: ସମରେନ୍ଦ୍ର ମିଶ୍ର
  15. କଣ୍ଟାବାଞ୍ଜି: ସନ୍ତୋଷ ସିଂ ସାଲୁଜା
  16. ଉମରକୋଟ: ସନରାଜ ଗଣ୍ଡ
  17. ଝରିଗାଁ: ହାରାବତୀ ଗଣ୍ଡ
  18. ନବରଙ୍ଗପୁର: ଦିଲ୍ଲୀପ ପ୍ରଧାନୀ
  19. ଡାବୁଗାଁ: ଲିପିକା ମାଝୀ
  20. ଲାଞ୍ଜିଗଡ଼: ବଳଭଦ୍ର ମାଝୀ
  21. ଜୁନାଗଡ଼: ତୁଳେଶ୍ୱର ନାଏକ
  22. ଧର୍ମଗଡ଼: ରଶ୍ମିରେଖା ରାଉତ
  23. ଭବାନୀପାଟଣା: ସାଗର ଦାସ
  24. ନର୍ଲା: ଭକ୍ତଚରଣ ଦାସ
  25. ବାଲିଗୁଡ଼ା: ସୁରଦ ପ୍ରଧାନ
  26. ଜି.ଉଦୟଗିରି: ପ୍ରଫୁଲ୍ଲ ପ୍ରଧାନ
  27. ଫୁଲବାଣୀ: ପ୍ରତିଭା କହଁର
  28. କଣ୍ଟାମାଳ: ମନୋଜ ଆଚାର୍ଯ୍ୟ
  29. ବୌଦ୍ଧ: ନବ ମିଶ୍ର
  30. ଭଞ୍ଜନଗର: ପ୍ରଶାନ୍ତ ବିଷୋୟୀ
  31. ପୋଲସରା: ଅଗସ୍ତୀ ବରଦା
  32. କବିସୂର୍ଯ୍ୟନଗର: ଚିରଞ୍ଜୀବ ବିଷୋୟୀ
  33. ସୋରଡ଼ା: ହରକ୍ରିଷ୍ଣା ରଥ
  34. ସାନଖେମୁଣ୍ଡି: ରମେଶ ଜେନା
  35. ଚିକିଟି: ରବୀନ୍ଦ୍ର ଦ୍ୟାନସାମନ୍ତରାୟ
  36. ମୋହନା: ଦାଶରଥୀ ଗମାଙ୍ଗ
  37. ପାରଳାଖେମୁଣ୍ଡି: ବିଜୟ ପଟ୍ଟନାୟକ
  38. ଗୁଣପୁର: ସତ୍ୟଜିତ ଗମାଙ୍ଗ
  39. ବିଷମକଟକ: ନୀଳମାଧମ ହିକକା
  40. ରାୟଗଡ଼ା: ଆପଲସ୍ୱାମୀ କାଡ୍ରାକା
  41. ଲକ୍ଷ୍ମୀପୁର: ପବିତ୍ର ସାଉଁନ୍ତା
  42. କୋଟପାଟ: ଅନାମ ଦିଆନ
  43. ଜୟପୁର: ତାରା ବାହିନୀପତି
  44. କୋରାପୁଟ: କୃଷ୍ଣଚନ୍ଦ୍ର କୁଳଦୀପ
  45. ପଟାଙ୍ଗୀ: ରାମଚନ୍ଦ୍ର କାଡାମ
  46. ମାଲକାନଗିରି: ମାଲା ମାଢୀ
  47. ଚିତ୍ରକୋଣ୍ଡା: ମଙ୍ଗୁ ଖିଲ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+