ଇଣ୍ଡିଆ ମେଣ୍ଟରେ ସୃଷ୍ଟି ହେଲା ଫାଟ ! ଉଦ୍ଧବଙ୍କ ଏହି ଡିମାଣ୍ତକୁ କଂଗ୍ରେସ କଲା ନାଁ
Maharashtra I.N.D.I.A Coailation: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ 23 ଟି ଆସନ ପାଇଁ ସହଯୋଗୀ ଶିବସେନା (ୟୁବିଟି) ର ଦାବିକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି। ଯାହା ପରେ ଏବେ ବିରୋଧୀଙ୍କ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି । ଉଦ୍ଧବ ଠାକରେଙ୍କ ଦଳ କହିଛି ଯେ, ଗତ ଲୋକସଭା ନିର୍ବାଚନରେ ସେମାନଙ୍କ ପ୍ରାର୍ଥୀମାନେ ଅଧିକ ଆସନ ଜିତିଥିଲେ କିନ୍ତୁ ବର୍ତ୍ତମାନ ଅଧିକାଂଶ ପ୍ରାର୍ଥୀ ଏକନାଥ ସିନ୍ଦେ କ୍ୟାମ୍ପକୁ ଯାଇସାରିଛନ୍ତି ।

ମହାରାଷ୍ଟ୍ରର କଂଗ୍ରେସ ନେତାମାନେ କହିଛନ୍ତି ଯେ, ଶରଦ ପାୱାରଙ୍କ ଏନସିପି ଏବଂ ଉଦ୍ଧବ ଠାକରେଙ୍କ ଶିବସେନାରେ ବିଦ୍ରୋହ ପରେ କଂଗ୍ରେସ ହେଉଛି ରାଜ୍ୟର ସର୍ବ ପୁରାତନ ଦଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର ବରିଷ୍ଠ ନେତା ଅଶୋକ ଚାଭାନ କହିଛନ୍ତି ଯେ, ଦଳ ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି। ସେ କହିଛନ୍ତି, ଯଦିଓ ବର୍ତ୍ତମାନର ପରିସ୍ଥିତିକୁ ବିଚାରକୁ ନେଇ ପ୍ରତ୍ୟେକ ଦଳ ଅଧିକ ଆସନ ଚାହୁଁଛନ୍ତି, ହେଲେ 23ଟି ସିଟ୍ ପାଇଁ ଶିବସେନାର ଡିମାଣ୍ତ ବହୁ ଅଧିକ ।
ମହାରାଷ୍ଟ୍ର ବିକାଶ ଆଘାଡିରେ ଥିବା ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିକ ଭାବେ ସିଟ୍ ଶେୟାରିଂ ସମ୍ପର୍କରେ ବୈଠକ କରିଥିଲେ । ଏହି ବୈଠକରେ ଉଦ୍ଧବ ସେନା ୨୩ ଆସନ ପାଇଁ ଡିମାଣ୍ତ କରିଥିଲେ












Click it and Unblock the Notifications