ଆଜି ବିଧାନସଭା ଘେରିବ କଂଗ୍ରେସ
Odisha Assembly News: ଆଜି ବିଧାନସଭା ଘେରିବ କଂଗ୍ରେସ । ଯେଉଁଥିରେ ସାରା ରାଜ୍ୟର ହଜାର ହଜାର କଂଗ୍ରେସ କର୍ମଚାରୀ ଯୋଗ ଦେବେ ଏବଂ ନେତୃତ୍ୱ ନେବେ ମହିଳା ଏବଂ ଏହି ରାଲି ରାମ ମନ୍ଦିର ସାମ୍ନାରୁ ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବ। ଏନେଇ ପିସିସି ସଭାପତିଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦଳର ସମସ୍ତ ବିଧାୟକଙ୍କ ସହ ବରିଷ୍ଠ ନେତା ମଧ୍ୟ ଯୋଗ ଦେଇଥିଲେ ।

ସେହିପରି ଏହି ଆନ୍ଦୋଳନରେ ଯୋଗ ଦେବା ପାଇଁ ଆସୁଥିବା ଅନେକ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖୁଥିବା ନେଇ ଅଭିଯୋଗ ହୋଇଛି । ସୋନପୁର-ବଲାଙ୍ଗୀର ମଝିରେ ଥିବା ଟୋଲଗେଟରେ ଅନେକ କଂଗ୍ରେସ କର୍ମୀଙ୍କୁ ଅଟକାଯାଇଥିବା ନେଇ ଅଭିଯୋଗ ହୋଇଛି ।
ଗତକାଲି କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ପ୍ରଥମେ ୧୨ଜଣଙ୍କୁ ସସପେଣ୍ତ କରାଯାଇଥିବା ବେଳେ ଗତକାଲି ଦୁଇ ବରିଷ୍ଠ କଂଗ୍ରେସ ବିଧାୟକଙ୍କୁ ସସପେଣ୍ତ କରାଯାଇଛି । ସେହିପରି ବିଧାନସଭାରେ ପ୍ରବେଶ ପାଇଁ କଂଗ୍ରେସ ବିଧାୟକ ପୋଲିସ ମୁହାଁମୁହିଁ ହୋଇଥିଲେ । ରଣକ୍ଷେତ୍ର ପାଲଟିଲା ବିଧାନସଭା ସମ୍ମୁଖ । ଏପରି ଘଟଣା ପ୍ରଥମ ଥର ଦେଖିବା ପାଇଁ ମିଳିଛି । ଯାହାକୁ ସାରା ରାଜ୍ୟରେ ସରଗରମ ରାଜନୈତୀକ ମାହୋଲ ।












Click it and Unblock the Notifications