Get Updates
Get notified of breaking news, exclusive insights, and must-see stories!

କଂଗ୍ରେସ ଗଠନ କଲା ୧୬ ଜଣିଆ ନିର୍ବାଚନ କମିଟି

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଆଜି ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କରିଛନ୍ତି । ଯେଉଁଥିରେ ୧୬ ଜଣ ସଦସ୍ୟ ରହିଥିବା ବେଳେ ୭ ନେତା ବାଦ ପଡିଛନ୍ତି । ଖାସ କଥା ହେଲା ଯେ ବାଦ ପଡିଥିବା ନେତାଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏକ ଆଣ୍ଟୋନୀଙ୍କ ପରି ବରିଷ୍ଠ ନେତା ରହିଛନ୍ତି ।

ସୂଚନାଥାଉ ଯେ, କଂଗ୍ରେସର ନିର୍ବାଚନ କମିଟି ଲୋକସଭା ଓ ବିଧାନସଭା ନିର୍ବାଚନରେ କେଉଁ ନେତା ମାନେ ଦଳର ପ୍ରାର୍ଥୀ ହେବେ ତାର ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥାଏ ଏବଂ ଦଳର ପ୍ରଚାର ଦାୟିତ୍ୱ କଥା ମଧ୍ୟ ଆଲୋଚନା ହୋଇଥାଏ । ଆଗକୁ ୫ ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ଥିବାରୁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କଂଗ୍ରେସ ନିଜ ସ୍ଥିତି ସୁଦୃଢ କରିବା ପାଇଁ ୧୬ ଜଣିଆ କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କରିଛନ୍ତି । ତେବେ ଏହି କମିଟିରେ ନିଜେ ଖଡଗେ ଏବଂ କର୍ଣ୍ଣାଟକ ମନ୍ତ୍ରୀ କେଜେ ଜର୍ଜ ରହିଛନ୍ତି ।

congress

ପୂର୍ବରୁ ନିର୍ବାଚନ କମିଟିର ସଦସ୍ୟଙ୍କ ସଂଖ୍ୟା ୧୧ ରହିଥିଲା ହେଲେ ବର୍ତ୍ତମାନ ଏହା ବୃଦ୍ଧି ପାଇଁ କରାଯାଇ ୧୬ କରାଯାଇଛି । ମନମୋହନ ଓ ଆଣ୍ଟୋନୀଙ୍କ ବ୍ୟତୀତ ଗିରିଜା ବ୍ୟାସ, ଜନାର୍ଦ୍ଦନ ଦ୍ୱିବେଦୀ, ମୁକୁଲ ୱାସନିକ, ଏମ ବୀରପ୍ପା ମୋଇଲୀ ଏବଂ ମୋହସିନ କିଡୱାଇ କମିଟିପୁ ବାଦ ପଡିଛନ୍ତି ।

ତେବେ ପୁରୁଣା ସଦସ୍ୟଙ୍କ ମଧ୍ୟରେ ଦଳର ରହିଛନ୍ତି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଅମ୍ବିକା ସୋନି ଏବଂ କେସି ଭେନୁଗୋପାଲ । ସେହିପରି ଅଧୀର ରଞ୍ଜନ ଚୌଧୁରୀ, ସଲମାନ ଖୁର୍ସିଦ, ମଧୁସୂଦନ ମସ୍ତ୍ରୀ, ଏନ ଉତ୍ତମ କୁମାର, ଟିଏସ ସିଂହ ଦେଉ, ପ୍ରୀତମ ସିଂହ, ମହମ୍ମଦ ଜାୱେଦ, ଆମୀ ୟାଗନିକ, ପିଏଲ ପୁନିଆ ଓ ଓମକାର ମାରକର ନୂଆ ୧୬ ଜଣିଆ ଦଳର ରହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+