ଆସନ୍ତା 23 ରେ ହେବ ନାହିଁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ! ଜାଣନ୍ତୁ ସିଡବ୍ଲୁସି ବୈଠକରେ କଣ ହେଲା ନିଷ୍ପତ୍ତି
କୋଭିଡ ମହାମାରୀ ପାଇଁ ଆସନ୍ତା ଜୁନ୍ 23 ତାରିଖରେ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ
ନୂଆଦିଲ୍ଲୀ: ଆସନ୍ତା ଜୁନ୍ 23 ତାରିଖରେ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ । କଂଗ୍ରେସ ୱାର୍କିଂ କମିଟି ନୂତନ ସଭାପତି ବାଛିବା ପାଇଁ ଜୁନ୍ 23ରେ ଆଭ୍ୟନ୍ତରୀଣ ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଥିଲା । ତେବେ ମହାମାରୀ ପାଇଁ କଂଗ୍ରେସ ସଭାପତି ଭୋଟ୍ ମାଧ୍ୟମରେ ନିର୍ବାଚିତ ହେବାର ସମ୍ଭାବନା ନାହିଁ ବୋଲି ଜଣାପଡିଛି ।

ଆଜି ବସିଥିବା ସିଡବ୍ଲୁସି ବୈଠକରେ କୋଭିଡ ମହାମାରୀ ପାଇଁ ଏହି ନିର୍ବାଚନ ପ୍ରକ୍ରିୟାକୁ ଘୁଞ୍ଚାଇବାକୁ ଦଳର ନେତାମାନେ ମତ ଦେଇଥିଲେ । କୋଭିଡ ମହାମାରୀ ପରେ ଅଧ୍ୟକ୍ଷ ନିର୍ବାଚନ ନେଇ ତାରିଖ ଘୋଷଣା ହେବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ।
2019 ରେ ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିବାରୁ କଂଗ୍ରେସ ସଭାପତି ପଦ ଖାଲି ଅଛି । ତାଙ୍କ ମା ସୋନିଆ ଗାନ୍ଧୀ ଅଗଷ୍ଟ 2019 ରେ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବରେ ନିଯୁକ୍ତ ହୋଇଥିଲେ। ରାହୁଲଙ୍କୁ 2017ରେ ଦଳର ସଭାପତି ପଦରେ ନିଯୁକ୍ତ କରାଯାଇଥିଲା । ଦଳର ସର୍ବୋଚ୍ଚ ନିଷ୍ପତ୍ତି ନେଉଥିବା କଂଗ୍ରେସ ୱାର୍କିଂ କମିଟି ପ୍ରାୟ ଦୁଇ ବର୍ଷ ହେବ ନିର୍ବାଚନକୁ ସ୍ଥଗିତ ରଖିଛି।












Click it and Unblock the Notifications