ରାୟବରେଲି ଆସନରୁ ପ୍ରାର୍ଥିପତ୍ର ଭରିଲେ ରାହୁଲ ଗାନ୍ଧୀ
Congress MP Rahul Gandhi files nomination from Raebareli: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଉତ୍ତରପ୍ରଦେଶର ରାୟବରେଲି ଆସନରୁ ନାମାଙ୍କନ ଭରିଛନ୍ତି । ଏହି ସମୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ମା' ସୋନିଆ ଗାନ୍ଧୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।

ସେହିପରି ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ ଉକ୍ତ ସ୍ଥାନରେ ଉପସ୍ଥିତ ଥିଲେ। ରାହୁଲ ଗାନ୍ଧୀ ଏହି ଆସନରୁ ବିଜେପିର ଦୀନେଶ ପ୍ରତାପ ସିଂଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । 2019ରେ ମଧ୍ୟ ଦୀନେଶ ପ୍ରତାପ ସମାନ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ଶୁକ୍ରବାର ସକାଳେ କଂଗ୍ରେସ ଆମେଠୀ ଏବଂ ରାୟବରେଲି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ରାହୁଲ ଗାନ୍ଧୀ ରାୟବରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ କିଶୋରୀ ଲାଲ ଶର୍ମାଙ୍କୁ ଗାନ୍ଧୀ ପରିବାରର ଗଡ଼ ବୋଲି ବିବେଚନା କରାଯାଉଥିବା ଆମେଠୀ ଆସନରୁ ଟିକେଟ ଦେଇଛି ଦଳ । ସୋନିଆ ଗାନ୍ଧୀ ରାୟବରେଲୀରୁ ସାଂସଦ ହୋଇଛନ୍ତି । ବର୍ତ୍ତମାନ ସେ ରାଜ୍ୟସଭାକୁ ଯିବା ପରେ ଏହି ଆସନ ଖାଲି ପଡିଛି ।












Click it and Unblock the Notifications