For Quick Alerts
Turn On Notification  
For Daily Alerts
Oneindia App Download

ସୁର ରାଉତରାୟ କହିଲେ: ପଦ୍ମପୁରରେ କିଏ ହେବ ନମ୍ବର ୧ ? କିଏ ହେବ ୨ ନମ୍ବର ?

ଏସବୁ ଭିତରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ପଦ୍ମପୁରରେ ବିଜେଡି ଜିତିବ । ବିଜେପି ଦୁଇ ନମ୍ବରରେ ଓ କଂଗ୍ରେସ ୩ ନମ୍ବର ସ୍ଥାନରେ ରହିବ ।

|

ଭୁବନେଶ୍ୱର: ଶେଷ ହୋଇଛି ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ । ମୋଟ୍ ୮୧.୨୯ % ଭୋଟିଂ ହୋଇଥିବା ସୂଚନା ରହିଛି । ଆସନ୍ତା ୮ ତାରିଖରେ ପ୍ରକାଶ ପାଇବ ଫଳାଫଳ । ଯାହାକୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ବଢିବାରେ ଲାଗିଛି । କାରଣ ଏହି ଫଳାଫଳ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବଡ ଧରଣର ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି । ଦେଖିବାକୁ ବାକି ରହିଲା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ପଦ୍ମପୁରବାସୀ ।

Sura Routray

ଆଉ ଏସବୁ ଭିତରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ପଦ୍ମପୁରରେ ବିଜେଡି ଜିତିବ । ବିଜେପି ଦୁଇ ନମ୍ବରରେ ଓ କଂଗ୍ରେସ ୩ ନମ୍ବର ସ୍ଥାନରେ ରହିବ । ସୁର କହିଛନ୍ତି, ପଦ୍ମପୁରରେ ଗଣତନ୍ତ୍ର ବୋଲି କିଛି ନତିଲା । ନିର୍ବାଚନ କମିଶନର, ଜିଲ୍ଲାପାଳ ଓ ଏସପି ଯେମିତି ସବୁ ଦେଖି ଆଖି ବୁଜି ଦେଇଥିଲେ । ପଦ୍ମପୁର ଉପ-ନିର୍ବାଚନରେ ବିଜେଡି ଭୋଟର ପିଛା ୬ ହଜାର ଟଙ୍କା ଦେଇଥିବା ବେଳେ ବିଜେପି ଭୋଟର ପିଛା ୫ ହଜାର ଟଙ୍କା ଦେଇଛି । ଏପରିକି ବୁଥ୍ ଭିତରେ ଭୋଟରଙ୍କୁ ଟଙ୍କା ଦିଆଯାଇଛି । ଯେଉଁମାନେ ଟଙ୍କା ନେଇନାହାନ୍ତି ଏବଂ ବିବେକ ଅନୁଯାୟୀ ଭୋଟ ଦେଇଛନ୍ତି ସେହି ଭୋଟ କଂଗ୍ରେସକୁ ଆସିବ । ଆମେ ତୃତୀୟ ସ୍ଥାନରେ ରହିବୁ ।

ବିଜେଡି ୬୨ ଜଣ ବିଧାୟକ, ୧୦ ଜଣ ସାଂସଦ, ୧୧ ଜଣ ମନ୍ତ୍ରୀ ଓ ନିଜେ ମୁଖ୍ୟମନ୍ତ୍ରୀ ୩ଟି ସଭା ଜରିଆରେ ପଦ୍ମପୁରରେ ନିର୍ବାଚନ ଲଢୁଥିଲା । ବିଜେଡି ୪୦ କୋଟି ଟଙ୍କା ଖର୍ଚ୍ଚ କରିଛି । କଂଗ୍ରେସ ମାତ୍ର ୩୦ରୁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ପଦ୍ମପୁରରେ ତାହା କାମକୁ ନୁହେଁ । ବିଜେଡି ଓ ବିଜେପି ଆମ ଭୋଟ କିଣିଛନ୍ତି । ସେହିଭଳି ବିଜେପି ୨୦ କୋଟି ଟଙ୍କା ଖର୍ଚ୍ଚ କରିଛି ଏବଂ ଦ୍ୱିତୀୟ ସ୍ଥାନରେ ରହିବ ବୋଲି ସୁର ଭବିଷ୍ୟବାଣୀ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Congress MLA Suresh Rautray on Padmapur Bypoll Result
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X