ସୁର ରାଉତରାୟଙ୍କୁ କରୋନା
କଂଗ୍ରେସ ଜଟଣୀ ବିଧାୟକ ସୁର ରାଉତରାୟ କରୋନାରେ ସଂକ୍ରମିତ । ପାଖାପାଖି ୨ ବର୍ଷ ହେବ କରୋନାର ଲହର ବ୍ୟାପୁଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ସୁର ।
ଭୁବନେଶ୍ୱର: କଂଗ୍ରେସ ଜଟଣୀ ବିଧାୟକ ସୁର ରାଉତରାୟ କରୋନାରେ ସଂକ୍ରମିତ । ପାଖାପାଖି ୨ ବର୍ଷ ହେବ କରୋନାର ଲହର ବ୍ୟାପୁଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ସୁର । ଉଭୟ ସ୍ୱାମୀ ଓ ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ମେଡ଼ିକାଲରେ କୋଭିଡ଼ ପରୀକ୍ଷା କରାଇବା ପରେ ତାଙ୍କ ଠାରେ କରୋନା ପଜିଟିଭ ଥିବା ଜଣାପଡିଥିଲା । ତେବେ ବର୍ତ୍ତମାନ ବିଧାୟକ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡାକ୍ତର ।

ଏହାସହ ସୁରଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲ ଥିବା ସୂଚନା ମିଳିଛି । ତେବେ ଏହି କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇ ନିଅନ୍ତୁ ବୋଲି କହିଛନ୍ତି ।
କରୋନାର ଦୁଇଟି ଲହର ଅତିକ୍ରମ କରିଥିଲେ ମଧ୍ୟ ସୁରଙ୍କୁ କରୋନା କବଳିତ କରିପାରିନଥିଲା । କରୋନା ଯେତେବେଳେ ଶୀର୍ଷ ସ୍ତରରେ ଥିଲା ସେତେବେଳେ ମଧ୍ୟ ସଂକ୍ରମଣକୁ ଖାତିର ନକରି ବାହାରେ ବୁଲୁଥିଲେ ସୁର । ଆଉ ତାହା ବି ପୁଣି ବିନା ମାସ୍କ ଓ ବିନା ସାମାଜିକ ଦୂରତାରେ । କରୋନା କାଳରେ ଯେତେବେଳେ ଅନ୍ୟ ନେତା ମାନେ ସରକାରଙ୍କ ଗାଇଡଲାଇନ ମାନିବା ସହ ଘରେ ରହୁଥିଲେ ସେତେବେଳେ ସୁରଙ୍କୁ ସବୁବେଳେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିଲା ।
ବିଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିଲେ । ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ ଟେଷ୍ଟ କରିଥିଲେ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀ । ଶେଷରେ ଉଭୟଙ୍କ ଶରୀରରେ କୋଭିଡ ପଜିଟିଭ ଥିବା ନେଇ ଜଣାପଡ଼ିଛି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍ କମ୍ପାନୀ -
ପୁଣି ଖସିଲା ସୁନା-ରୂପା ରେଟ୍ -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ












Click it and Unblock the Notifications