For Quick Alerts
Turn On Notification  
For Daily Alerts
Oneindia App Download

ସୁର ରାଉତରାୟଙ୍କୁ କରୋନା

କଂଗ୍ରେସ ଜଟଣୀ ବିଧାୟକ ସୁର ରାଉତରାୟ କରୋନାରେ ସଂକ୍ରମିତ । ପାଖାପାଖି ୨ ବର୍ଷ ହେବ କରୋନାର ଲହର ବ୍ୟାପୁଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ସୁର ।

|

ଭୁବନେଶ୍ୱର: କଂଗ୍ରେସ ଜଟଣୀ ବିଧାୟକ ସୁର ରାଉତରାୟ କରୋନାରେ ସଂକ୍ରମିତ । ପାଖାପାଖି ୨ ବର୍ଷ ହେବ କରୋନାର ଲହର ବ୍ୟାପୁଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ସୁର । ଉଭୟ ସ୍ୱାମୀ ଓ ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ମେଡ଼ିକାଲରେ କୋଭିଡ଼ ପରୀକ୍ଷା କରାଇବା ପରେ ତାଙ୍କ ଠାରେ କରୋନା ପଜିଟିଭ ଥିବା ଜଣାପଡିଥିଲା । ତେବେ ବର୍ତ୍ତମାନ ବିଧାୟକ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡାକ୍ତର ।

Sura Rautaray

ଏହାସହ ସୁରଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲ ଥିବା ସୂଚନା ମିଳିଛି । ତେବେ ଏହି କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇ ନିଅନ୍ତୁ ବୋଲି କହିଛନ୍ତି ।

କରୋନାର ଦୁଇଟି ଲହର ଅତିକ୍ରମ କରିଥିଲେ ମଧ୍ୟ ସୁରଙ୍କୁ କରୋନା କବଳିତ କରିପାରିନଥିଲା । କରୋନା ଯେତେବେଳେ ଶୀର୍ଷ ସ୍ତରରେ ଥିଲା ସେତେବେଳେ ମଧ୍ୟ ସଂକ୍ରମଣକୁ ଖାତିର ନକରି ବାହାରେ ବୁଲୁଥିଲେ ସୁର । ଆଉ ତାହା ବି ପୁଣି ବିନା ମାସ୍କ ଓ ବିନା ସାମାଜିକ ଦୂରତାରେ । କରୋନା କାଳରେ ଯେତେବେଳେ ଅନ୍ୟ ନେତା ମାନେ ସରକାରଙ୍କ ଗାଇଡଲାଇନ ମାନିବା ସହ ଘରେ ରହୁଥିଲେ ସେତେବେଳେ ସୁରଙ୍କୁ ସବୁବେଳେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିଲା ।

ବିଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିଲେ । ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ ଟେଷ୍ଟ କରିଥିଲେ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀ । ଶେଷରେ ଉଭୟଙ୍କ ଶରୀରରେ କୋଭିଡ ପଜିଟିଭ ଥିବା ନେଇ ଜଣାପଡ଼ିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Congress MLA Sura Rautaray Corona Positive
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X