କ୍ରସ ଭୋଟିଂ ପରେ ପୁଣି ଚର୍ଚ୍ଚାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ, କହିଲେ....
ସଦ୍ୟ ସମାପ୍ତ ରାଷ୍ଟ୍ରପତି ନିର୍ବାଚନରେ ମହମ୍ମଦ ମୋକିମ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ । ତେବେ ମୋକିମଙ୍କ କ୍ରସ ଭୋଟିଂ ପରେ ରାଜ୍ୟ ରାଜନୀତିରେ ଏବେ ହଟ୍ଟଚମଟ ଖେଳିଯାଇଛି ।
ଭୁବନେଶ୍ୱର: ସଦ୍ୟ ସମାପ୍ତ ରାଷ୍ଟ୍ରପତି ନିର୍ବାଚନରେ ମହମ୍ମଦ ମୋକିମ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ । ତେବେ ମୋକିମଙ୍କ କ୍ରସ ଭୋଟିଂ ପରେ ରାଜ୍ୟ ରାଜନୀତିରେ ଏବେ ହଟ୍ଟଚମଟ ଖେଳିଯାଇଛି । ମାଟିର ଝିଅଙ୍କୁ ଭୋଟ୍ ଦେଇ କିଛି ଭୁଲ କରିନି ବୋଲି କହିଥିଲେ ମୋକିମ । ଏହାପରେ ମୋକିମ ବିଜେଡିରେ ମିଶାବା ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ଏହି ଚର୍ଚ୍ଚାରେ ଆଜି ଆଉଟିକେ ଘିଅ ଢାଳିଛନ୍ତି କଟକ ବାରବାଟୀ ବିଧାୟକ । ୨୦୨୪ରେ ସେ କଂଗ୍ରେସ ଦଳରୁ ନିର୍ବାଚନ ଲଢିବେ କି ନାହିଁ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଆଉ ଯାହାର ଉତ୍ତରରେ ଏକ ଘରୋଇ ଟିଭି ଚ୍ୟାନେଲରେ ମୋକି କହିଛନ୍ତି, ସେ ଭବିଷ୍ୟବାଣୀ କରିବାକୁ ଚାହାଁନ୍ତି ନାହିଁ । କିନ୍ତୁ ଯଦି ୨୦୨୪ରେ କଂଗ୍ରେସ ଦଳ ଥାଏ ତେବେ ସେ ଲଢିବେ । ତେବେ ମୋକିମଙ୍କ ଏହି ବିବୃତ୍ତି ପରେ ଚର୍ଚ୍ଚା ଆଉ ଟିକେ ବଢିଯାଇଛି ।
ଅନ୍ୟପଟେ ମୋକିମଙ୍କ କ୍ରସ ଭୋଟିଂ ପ୍ରସଙ୍ଗରେ ହାଇକମାଣ୍ଡଙ୍କୁ ଅବଗତ କରାଯାଇଥିବା ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସଠିକ ସମୟରେ ସଠିକ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପିସିସି ସଭାପତି । ସେପଟେ ମହମ୍ମଦ ମୋକିମ ଯେଉଁ ମାଟିର ଝିଅ କହି ଭୋଟ ଦେଇଥିବା କହିଛନ୍ତି ତାକୁ କାଉଣ୍ଟର କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ସେ ଯୁକ୍ତି ବାଢିଛନ୍ତି ଯଦି ମାଟି କଥା ଉଠେ ତେବେ ଯଶଓ୍ୱନ୍ତ ସିହ୍ନା ବିହାରର, ପୁଣି ପୂର୍ବତନ ବିଜେପି ନେତା । ତେବେ ସେଠାକାର ବିଜେପି ସାଂସଦ କିମ୍ବା ବିଧାୟକ କଣ ପାର୍ଟି ଉର୍ଦ୍ଧ୍ୱକୁ ଯାଇ ତାଙ୍କୁ ଭୋଟ ଦେଇଛନ୍ତି କି ବୋଲି ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଛନ୍ତି ।
ମୋକିମଙ୍କ ଏଭଳି ନିଷ୍ପତ୍ତି ରାଜ୍ୟ କଂଗ୍ରେସରେ ଭିତିରି ଅସନ୍ତୋଷକୁ ପୁଣି ପଦାକୁ ଆଣିଥିବା ବେଳେ ସେପଟେ ବିଜେପି ଓ ବିଜେଡି ତାଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ତେଣେ ଦଳମତ ନିର୍ବିଶେଷରେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଥିଲେ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications