ଝାରସୁଗୁଡ଼ା ଉପନିର୍ବାଚନ:କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ତେ ଦାଖଲ କଲେ ପାର୍ଥୀପତ୍ର
ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନ ପର୍ବ । ଶନିବାର ଦିନ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ତେ ଦାଖଲ କଲେ ପାର୍ଥୀପତ୍ର । ଆଜି ଏକ ବିସାଳ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ତରୁଣ ପାଣ୍ତେ । ଏହି ସମୟରେ ତାଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ପ୍ରସାଦ ବାହିନୀପତି, ସୁରେଶ ରାଉତରାୟ ଓ ବିଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ଦିନ ୧୧ ଟାରେ ଦଳିୟ ନେତା ଓ କର୍ମୀଙ୍କ ସହ ତରୁଣ ପାଣ୍ତେ ମନମୋହନ ସ୍କୁଲ ପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ ଅଫିସରେ ପହଁଞ୍ଚି ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ନିଜ ପାର୍ଥିପତ୍ର ଦାଖଲ କରିଥିଲେ ।

ପାର୍ଥିପତ୍ର ଦାଖଲ କରିବା ପରେ ତରୁଣ ପାଣ୍ତେ ବିଜେଡିକୁ ଟାର୍ଗେଟ୍ କରି କହିଥିଲେ, ପିତା ବିଧାୟକ ଥିବା ସମୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଥିଲା । ବହୁ ସ୍କୁଲ ମଧ୍ୟ ଖୋଲିଥିଲା ହେଲେ ଗତ ୨୩ ବର୍ଷ ହେବ ଝାରସୁଗୁଡ଼ାର କିଛି ବିକାଶ ହୋଇନାହିଁ । ଏହାସହିତ ସେ ଆଶା ରଖିଛନ୍ତି ଯେ ଏଥର ସେ ବିପୁଳ ଭୋଟ ପାଇଁ ବିଜୟୀ ହେବେ ।
ଅନ୍ୟପଟେ, ଆଜି ଆନୁଷ୍ଠାନିକ ଭାବେ ବିଜେଡି ଟିକେଟ୍ ନେଇଛନ୍ତି ପ୍ରାର୍ଥୀ ଦୀପାଶି ଦାସ । ସେ ଆସନ୍ତା ୧୮ ତାରିଖରେ ପ୍ରାର୍ଥିପତ୍ର ଦାଖଲ
କରିବେ । ସେହିପରି ବିଜେପି ଟଙ୍କଧର ତ୍ରୀପାଠୀଙ୍କୁ ପ୍ରାର୍ଥୀ କରିଥି ସେ ଆସନ୍ତା ୧୭ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବା ନେଇ ସୂଚନା ରହିଛି ।












Click it and Unblock the Notifications