କଂଗ୍ରେସର ଓଡିଶା ବନ୍ଦ: ବିଜେଡ଼ି କହିଲା ବିଜେପି କରୁଛି କଂଗ୍ରେସର ସମର୍ଥନ
କଂଗ୍ରେସର ଓଡିଶା ବନ୍ଦ ଡକରାକୁ ନେଇ ରାଜ୍ୟରେ ଜାରି ରହିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ବିଜେପିର ଇସାରାରେ କଂଗ୍ରେସ ବନ୍ଦ ପାଳନ କରୁଛି ବୋଲି ଅଭିଯୋଡ କରିଛି ବିଜେଡ଼ି। ଅନ୍ୟ ପକ୍ଷରେ ଏକ ଗୁରୁତ୍ଵପୂର୍ଣ ଘଟଣାରେ ବନ୍ଦ ବିରୋଧରେ ହାଇକୋର୍ଟରେ ଦାଏର ହୋଇଥିବା ମାମଲାରେ ବନ୍ଦ ପାଳନ ବେଆଇନ ବୋଲି ଦର୍ଶାଯାଇଛି। ଜୋର ଜବରଦସ୍ତ ବନ୍ଦ ପାଳନ କରିବା ନେଇ କୋର୍ଟ କଂଗ୍ରେସକୁ ସ୍ପଷ୍ଟୀକରଣ ମାଗିଥିଲେ। ଶାନ୍ତିପୂର୍ଣ ବିକ୍ଷୋଭ ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି।

ଭୁବନେଶ୍ବର: ମାମିତା ମେହେର ହତ୍ୟା ମାମଲାରେ କଂଗ୍ରେସ ଆସନ୍ତା କଲି ଅର୍ଥାତ 12 ନଭେମ୍ବର ଓଡିଶା ବନ୍ଦ ଘୋଷଣା କରିଛନ୍ତି। ବନ୍ଦ ପାଳନ ନେଇ ପ୍ରତିକ୍ରିୟା ରଖିଛି ବିଜେଡ଼ି। ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି କଂଗ୍ରେସ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି । ଏହାକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛି । ଭାରତୀୟ ଜନତା ପାର୍ଟି ସହ କଂଗ୍ରେସ ହାତ ମିଳାଇ ଶସ୍ତା ରାଜନୀତି କରୁଛି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। କଂଗ୍ରେସ ଏବେ ଭାରତୀୟ ଜନତା ପାର୍ଟିର ଟିମ ପାଲଟି ଯାଇଛି ।

ମମିତା ମେହେର ହତ୍ୟା ଘଟଣା ପ୍ରସଙ୍ଗରେ ବିଜେଡି ସାମ୍ବାଦିକ ସମ୍ମିଳନୀରେ ଗୁୁରୁବାର ଏହା କହିଛି। ଏହା ସାଧାରଣ ଲୋକଙ୍କ ପ୍ରତି କୁଠାରଘାତ। ମମିତା ମେହେରଙ୍କ ବାପା ନିଜେ କହିଛନ୍ତି ଯେ, ତଦନ୍ତ ଉପରେ ଭରସା ଅଛି। ବିଜେଡିର ସାମ୍ବାଦିକ ସମ୍ମିଳନୀରେ ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେପିର ଇସାରାରେ କଂଗ୍ରେସ ନାଚୁଛି। ପ୍ରମାଣ ଥିଲେ କୋର୍ଟର ଦ୍ୱାରସ୍ଥ ହେବାକୁ ଆହ୍ୱାନ ଦେଇଛି ବିଜେଡି । ପୀଡିତାଙ୍କୁ ନ୍ୟାୟ ମିଳୁ କଂଗ୍ରେସ ଏହା ଚାହୁଁ ନାହିଁ। ଓଡ଼ିଶାର ସ୍ବାର୍ଥ ପାଇଁ କଂଗ୍ରେସର ବନ୍ଦ ଡାକରା ପ୍ରତ୍ୟାହାର କରୁ।












Click it and Unblock the Notifications