ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା
ବିଜେଡି ପରେ ପ୍ରଦେଶ କଂଗ୍ରେସ କମିଟି ମଧ୍ୟ ପିପିଲି ଉପନିର୍ବାଚନ ପାଇଁ ତାର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ।
ଭୁବନେଶ୍ୱର: ବିଜେଡି ପରେ ପ୍ରଦେଶ କଂଗ୍ରେସ କମିଟି ମଧ୍ୟ ପିପିଲି ଉପନିର୍ବାଚନ ପାଇଁ ତାର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ମୋଟ ୨୦ ଜଣଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିଛି ।

ସେହିପରି ତାଲିକାର ରହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜି. ରୁଦ୍ର ରାଜୁ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜିବି ବିଶ୍ୱାଳ, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ, ବିପିନ ଦାସ, ରାମଚନ୍ଦ୍ର ଖୁଣ୍ଟାଆ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସପ୍ତଗିରି ଉଲାକା, ସୁରେଶ ଚନ୍ଦ୍ର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ଅଧିରାଜ ମୋହନ ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ବନ୍ଦିତା ବେହେରା, ସତ୍ୟପ୍ରକାଶ ନାୟକ ।
ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ । ତେବେ ପୂର୍ବରୁ ବିଜେପି ନିଜ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିବା ବେଳେ ବେଳେ ଆଜି ବିଜେଡି ଓ କଂଗ୍ରେସ ନିଜ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି ।












Click it and Unblock the Notifications