ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ, ଟ୍ବିଟରେ ଶୁଭେଚ୍ଛାର ସୁଅ

ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହୋଇଛନ୍ତି ଦେଶର ନୂତନ ରାଷ୍ଟ୍ରପତି । ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟୁଛି।

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହୋଇଛନ୍ତି ଦେଶର ନୂତନ ରାଷ୍ଟ୍ରପତି । ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟୁଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି; ଟ୍ୱିଟ୍ କରି କହିଛନ୍ତି, ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଦ୍ରୌପଦୀ ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା।

murmu

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ରୌପଦୀ ମୁର୍ମୁଙ୍କ ତାଙ୍କ ବର୍ତ୍ତମାନର ବାସଭବନରେ ଭେଟିବା ସହିତ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ପିଏମଙ୍କ ସହ ଜେପି ନଡ୍ଡା ମଧ୍ୟ ଦ୍ରୌପଦୀଙ୍କ ବର୍ତ୍ତମାନର ବାସଭବନରେ ଉପସ୍ଥିତ ରହିଥିଲେ ।

ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ମଧ୍ୟ ଟ୍ବିଟ କରି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ଭାରତର 15 ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ! ସାର୍ବଜନୀନ ଜୀବନରେ ତାଙ୍କର ବ୍ୟାପକ ଅଭିଜ୍ଞତା, ନିଃସ୍ୱାର୍ଥପର ସେବାର ଭାବନା ଏବଂ ଲୋକଙ୍କ ସମସ୍ୟା ବିଷୟରେ ଗଭୀର ବୁଝାମଣା ଦେଶକୁ ବହୁତ ଲାଭ ଦେବ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି , "ରାଷ୍ଟ୍ରପତି ନିର୍ବାଚନ ୨୦୨୨ ରେ ତାଙ୍କ ବିଜୟ ପାଇଁ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଉଛି । ଭାରତ ଆଶା କରୁଛି ଯେ ଗଣତନ୍ତ୍ରର ୧୫ ତମ ରାଷ୍ଟ୍ରପତି ଭାବରେ ସେ ଭୟ କିମ୍ବା ଅନୁଗ୍ରହ ବିନା ସମ୍ବିଧାନର ରକ୍ଷକ ଭାବରେ କାର୍ଯ୍ୟ କରିବେ । "

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ବିଟ କରି କହିଛନ୍ତି, "ସେ ଗାଁ, ଗରିବ, ଅବହେଳିତ ଏବଂ ବସ୍ତିରେ ଜନକଲ୍ୟାଣ ପାଇଁ ସକ୍ରିୟ ରହିଛନ୍ତି। ଏହା ଭାରତୀୟ ଗଣତନ୍ତ୍ରର ଶକ୍ତିର ପ୍ରମାଣ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଗଣତନ୍ତ୍ରର ୧୫ତମ ରାଷ୍ଟ୍ରପତି ଭାବେ ସେ ନିର୍ଭୟରେ ସମ୍ବିଧାନର ରକ୍ଷକ ଭାବରେ କାର୍ଯ୍ୟ କରିବେ ବୋଲି ଭାରତ ଆଶା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+