ପଦ୍ମପୁର ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି
ରାଜ୍ୟ ରାଜକୋଷ ପାଣ୍ଠିରେ ଦଳ ଭୋଟ ସଂଗ୍ରହ କରିବାର ପୁରୁଣା ଫର୍ମୁଲାକୁ ଆପଣାଇ କ୍ଷମତାସୀନ ବିଜେଡି ସରକାର ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇଁ ମୋଟ 488 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି ।
ଭୁବନେଶ୍ବର: ରାଜ୍ୟ ରାଜକୋଷ ପାଣ୍ଠିରେ ଦଳ ଭୋଟ ସଂଗ୍ରହ କରିବାର ପୁରୁଣା ଫର୍ମୁଲାକୁ ଆପଣାଇ କ୍ଷମତାସୀନ ବିଜେଡି ସରକାର ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇଁ ମୋଟ 488 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି । ଧାନନଗର ଉପନିର୍ବାଚନ ତାରିଖ ଅଚାନକ ଘୋଷଣା ହେବା ଯୋଗୁଁ ସେହି ନିର୍ବାଚନମଣ୍ଡଳୀ ପାଇଁ ପ୍ୟାକେଜ ଘୋଷଣା କରିପାରିନଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ନିମନ୍ତେ ରାଜକୋଷରୁ ପ୍ରାୟ 488 କୋଟି ଟଙ୍କାର ବିଭିନ୍ନ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।

ନିର୍ବାଚନ ପୂର୍ବରୁ ନିର୍ବାଚନମଣ୍ଡଳୀ ପାଇଁ ଏକକାଳୀନ 250ରୁ ଅଧିକ ପ୍ରକଳ୍ପ ଘୋଷଣା କରି ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ବିଜେଡି ସରକାର ପ୍ରୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ସାମିଲ ହୋଇ 488 କୋଟି ଟଙ୍କା ପ୍ରକଳ୍ପ ପଦ୍ମପୁରବାସୀଙ୍କୁ ଭେଟି ଦେବା ସହିତ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଚାଷୀମାନେ ଫସଲ ବୀମା ପାଇ ନଥିବା କହି ନିଜ ଉପରୁ ଦୋଶ ଛଡାଇବା ଓ କେନ୍ଦ୍ର ବିରୁଦ୍ଧରେ ରାଜନୀତିକ ଗୋଟି ଚଳାଇଛନ୍ତି ।
ଉଭୟ ବିଜେପି ଏବ କଂଗ୍ରେସ ବର୍ତ୍ତମାନ ଧାମନଗର ଉପନିର୍ବାଚନରେ ବ୍ୟସ୍ତ ଥିବା ବେଳେ ଶାସନ ବିଜେଡି ପଦ୍ନପୁର ବାସୀଙ୍କୁ ପ୍ରଲୋଭନ ପାଇଁ ଚେଷ୍ଟା ଆରମ୍ଭ କରିଛି ।












Click it and Unblock the Notifications