ଦିନକ ପରେ ୭୬ ବର୍ଷରେ ପଦାର୍ପଣ କରିବେ ନବୀନ, ପାଳନ ହେବନି ଜନ୍ମଦିନ
ଦିନକ ପରେ ୭୬ ବର୍ଷରେ ପଦାର୍ପଣ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଚଳିତବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି।
ଭୁବନେଶ୍ୱର: ଦିନକ ପରେ ୭୬ ବର୍ଷରେ ପଦାର୍ପଣ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଚଳିତବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନାନୁସାରେ , କରୋନା କଟକଣା ଯୋଗୁ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କରିବେ ନାହିଁ । ସେହିପରି ସେଦିନ ମଧ୍ୟ ନେତା-ମନ୍ତ୍ରୀ ଓ ଶୁଭେଚ୍ଛୁଙ୍କୁ ନବୀନ ନିବାସ ଯିବା ଉପରେ କଟକଣା ବଳବତ୍ତର ରହିବ।

ଅନ୍ୟପଟେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ କେତେକ ସ୍ଥାନରେ ରକ୍ତଦାନ ଶିବିର 'ଜୀବନବିନ୍ଦୁ' କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ୧୯୪୬ ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତବର୍ଷ କରୋନା କଟକଣା ଓ ଫନି ବାତ୍ୟା ଯୋଗୁ ନବୀନ ନିଜର ଜନ୍ମଦିନ ପାଳନ କରିନଥିଲେ।












Click it and Unblock the Notifications