ରେଳ ପ୍ରକଳ୍ପ ନେଇ କେନ୍ଦ୍ରକୁ ନବୀନଙ୍କ ପ୍ରଶ୍ନ: କେବେ ଆଉ କେତେ ଜମି ମାଗିଥିଲ କୁହ ?
ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନବୀନ । କେନ୍ଦ୍ର ଲୋକଙ୍କୁ ଭୁଆଁ ବୁଲାଉଛି। ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ପଦମପୁର ରେଳ ଷ୍ଟେସନ କେଉଁଠି ବୋଲି ନବୀନ ପ୍ରଶ୍ନ କରିଛନ୍ତି ।
ପଦ୍ମପୁର: ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ଲାଗି ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପଦ୍ମପୁରବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏତେ ସଂଖ୍ୟାରେ ସଭାରେ ସାମିଲ ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଏଥିସହ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନବୀନ । କେନ୍ଦ୍ର ଲୋକଙ୍କୁ ଭୁଆଁ ବୁଲାଉଛି। ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ପଦମପୁର ରେଳ ଷ୍ଟେସନ କେଉଁଠି ବୋଲି ନବୀନ ପ୍ରଶ୍ନ କରିଛନ୍ତି ।
ବିଜେଡି଼ ସୁପ୍ରିମୋଙ୍କ ପ୍ରଶ୍ନ
- - ପ୍ରକଳ୍ପ ପାଇଁ କେବେ ତଥ୍ୟ ମାଗିଛନ୍ତି କେନ୍ଦ୍ର ସରକାର ?
- କେଉଁ କେଉଁ ଗାଁ ଦେଇ ରେଳ ଲାଇନ୍ ଯିବ, ସର୍ଭେ ହୋଇଛି କି ?
- କେଉଁଠି ଷ୍ଟେସନ ହେବ, କେଉଁଠି ବ୍ରିଜ୍ ହେବ, କିଛି ତଥ୍ୟ ଅଛି କି ?
- କେଉଁଠାରେ କେତେ ଜମି ଦରକାର, ଜମି ପାଇଁ ଆବେଦନ କରିଛନ୍ତି କି ?
- କାହିଁକି ପଦ୍ମପୁରବାସୀଙ୍କୁ ମିଛ କହୁଛନ୍ତି ? ଭୁଆଁ ବୁଲାଇବା ବନ୍ଦ କରନ୍ତୁ ।

ସେ କହିଛନ୍ତି , ୨୦୧୮ରେ କେନ୍ଦ୍ରମନ୍ତ୍ରୀ କହିଥିଲେ ବରଗଡରୁ ପଦ୍ମପୁର ଦେଇ ଟ୍ରେନ୍ ନୂଆପଡା ଯିବ । ବିଜେପୁର ଉପ-ନିର୍ବାଚନ ସମୟରେ ଏମିତି କହିଥିଲେ । ୨୦୨୨ରେ ଦୁଇ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ କହୁଛନ୍ତି ଓଡ଼ିଶା ସରକାର ଜମି ଦେଲେ, କାମ ଆରମ୍ଭ କରିବେ । ପଦ୍ମପୁର ଉପ-ନିର୍ବାଚନ ବେଳେ ଏଭଳି ଘୋଷଣା କରୁଛନ୍ତି । ମାନ୍ୟବାର କେନ୍ଦ୍ରମନ୍ତ୍ରୀ କହିବେ କି, ଏହି ରେଲୱେ ଲାଇନ୍ କେଉଁ ଗାଁ ଦେଇ ଯିବ, ଷ୍ଟେସନ କେଉଁଠି ହେବ, କେଉଁଠି ବ୍ରିଜ ହେବ । ଜମି ଦେବାକୁ କେନ୍ଦ୍ରମନ୍ତ୍ରୀ କହିଲେ କିନ୍ତୁ କେଉଁ ଗାଁରେ କେତେ ଜମି ଦରକାର ତାହାର ସର୍ଭେ କରିଛନ୍ତି କି ? ଡିପିଆର କରିଛନ୍ତି କି ? ରାଜ୍ୟ ସରକାରଙ୍କ ପାଖରେ ଜମି ପାଇଁ ଆବେଦନ କରିଛନ୍ତି କି ? କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଏହାର ଉତ୍ତର ନାହିଁ ତେଣୁ ପଦ୍ମପୁରବାସୀଙ୍କୁ କାହିଁକି ମିଛ କହିଲେ । ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ ।
ତେବେ ବିଜେପିର ନେତା ମାନେ ବିଜେଡିର ମହିଳା ପ୍ରାର୍ଥୀଙ୍କୁ ନେଇ ସୋସିଆଲ ମିଡ଼ିଆରେ ଅସମ୍ମାନ କରୁଛନ୍ତି ତାହା ଦୁଃଖର କଥା । ମୁଁ ଏହାକୁ ନିନ୍ଦା କରୁଛି । ଏଠାରେ ମୁଁ ଜଣେ ଶିକ୍ଷିତ ମହିଳାଙ୍କୁ ପ୍ରାର୍ଥୀ କରିଛି । ବର୍ଷା ବରିହାଙ୍କୁ ଆଶୀର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ନବୀନ ।












Click it and Unblock the Notifications