ମୋଦିଙ୍କୁ ସମର୍ଥନ ଜଣାଇଲେ ନବୀନ, ପ୍ରଂଶସା କଲେ କେନ୍ଦ୍ରମନ୍ତ୍ରୀ
ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ ଅଟକିବା ଘଟଣା । ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟ୍ କରି ମୋଦିଙ୍କୁ ସମର୍ଥନ ଜଣାଇଲେ ନବୀନ ।
ଭୁବନେଶ୍ୱର: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ ଅଟକିବା ଘଟଣା । ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟ୍ କରି ମୋଦିଙ୍କୁ ସମର୍ଥନ ଜଣାଇଲେ ନବୀନ । ସେପଟେ ନବୀନଙ୍କ ଟ୍ବିଟକୁ ରି-ଟ୍ୱିଟ କରି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଲେ, ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକ ଅନୁଷ୍ଠାନ । ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା ହେଉଛି ସରକାରର କର୍ତ୍ତବ୍ୟ ଏବଂ ଅନୁଷ୍ଠାନ ପ୍ରତି ସମ୍ମାନ । କେହି ବି ଏହାର ବିପରୀତ କାମ କରିବେ, ତେବେ ଏହା ଆମ ଗଣତନ୍ତ୍ର ପାଇଁ ଗ୍ରହଣୀୟ ନୁହେଁ ବୋଲି ନବୀନ ଟ୍ବିଟ୍ କରି ଲେଖିଛନ୍ତି ।
The Prime Minister of India is an institution. It is the duty of every Government to provide foolproof security and safeguard the dignity of this institution. Anything contrary should be unacceptable in our democracy.
— Naveen Patnaik (@Naveen_Odisha) January 6, 2022
ସୂଚନାଯୋଗ୍ୟ ଯେ, ଗତକାଲି ପଞ୍ଜାବରେ ମଝି ରାସ୍ତାରେ ଅଟକିଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ । ଫ୍ଲାଏଓଭର ଉପରେ ପ୍ରାୟ ୧୫ରୁ ୨୦ ମିନିଟ୍ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫଶି ରହିଥିଲା । ଆଉ ଏହିଠାରୁ ସଭାସ୍ଥଳକୁ ଯିବା ପରିବର୍ତ୍ତେ ପୁଣିଥରେ ବିମାନବନ୍ଦର ଅଭିମୁଖେ ବାହାରିଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ । ଆଉ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ସଭା । ପ୍ରଥମେ ବର୍ଷା କାରଣରୁ ମୋଦୀଙ୍କ ସଭା ବାତିଲ ହୋଇଥିବା କୁହାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁରକ୍ଷା ସମ୍ବନ୍ଧୀୟ କାରଣରୁ ସଭା ବାତିଲ ହୋଇଥିବା କୁହାଯାଉଛି । ଏପରିକି ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ଜବାବ ମଗାଯାଇଛି ।
ତେବେ ରାଷ୍ଟ୍ରୀୟ ସହିଦ ସ୍ମାରକୀ ଠାରୁ ୩୦ କିଲୋମିଟର ଦୂରରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଥିବା ବେଳେ ଏକ ଫ୍ଲାଏଓଭରରେ ଅଟକିବାକୁ ପଡିଲା । କାରଣ ଆଗକୁ ପ୍ରତିବାଦ କରୁଥିଲେ ପ୍ରଦର୍ଶନକାରୀ । ଆଉ ଉକ୍ତ ଫ୍ଲାଏଓଭର ଉପରେ ୧୫ରୁ ୨୦ ମିନିଟ୍ ଫଶି ରହିବା ପରେ ବିମାନବନ୍ଦର ଅଭିମୁଖେ ମୋଦୀଙ୍କ କାରକେଡ ବାହାରିଥିଲା । ଆଉ ଏହାକୁ ଗୃହ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ବୋଲି ଦର୍ଶାଇଛି ।
This is how a democracy like in India should function.
We all can have differing ideologies,beliefs & opinions but that can be no ground to legitimise a breach in security for the Prime Minister.
Appreciate @Naveen_Odisha ji for his concern for PM Modi’s security. https://t.co/jQ3oPH41Mj
— Dharmendra Pradhan (@dpradhanbjp) January 6, 2022
ଅନ୍ୟପକ୍ଷରେ ନବୀନଙ୍କ ଏହି ଟ୍ୱିଟକୁ ଧର୍ମେନ୍ଦ୍ର ପ୍ରଶଂସା କରି ରି-ଟ୍ୱିଟ୍ କରିଛନ୍ତି। ଧର୍ମେନ୍ଦ୍ର ଲେଖିଛନ୍ତି, ଆମ ଭାରତର ଗଣତନ୍ତ୍ର ଏମିତି କାର୍ଯ୍ୟ କରିବା ଉଚିତ୍। ଆମର ବିଚାରଧାରା ଓ ମତାମତରେ ସମାନତା ନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ବିପଦରେ ପକାଇ ପାରିବା ନାହିଁ। ନବୀନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟକୁ ମୁଁ ସ୍ୱାଗତ କରୁଛି।












Click it and Unblock the Notifications