Get Updates
Get notified of breaking news, exclusive insights, and must-see stories!

ଶପଥ ନେଲେ ନବୀନଙ୍କ ନୂଆ ଟିମ: ୨୧ ମନ୍ତ୍ରୀଙ୍କ ସହ ଗଢା ହେଲା ନୂଆ ମନ୍ତ୍ରୀମଣ୍ଡଳ

ଶପଥ ନେଲେ ନବୀନଙ୍କ ନୂଆ ଟିମ । ୨୧ ଜଣ ନୂଆ ମନ୍ତ୍ରୀଙ୍କ ସହ ନୂଆ ମନ୍ତ୍ରୀମଣ୍ଡଳ ଗଢିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ମଧ୍ୟରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ରେ ଅଛନ୍ତି।

ଭୁବନେଶ୍ୱର: ଶପଥ ନେଲେ ନବୀନଙ୍କ ନୂଆ ଟିମ । ୨୧ ଜଣ ନୂଆ ମନ୍ତ୍ରୀଙ୍କ ସହ ନୂଆ ମନ୍ତ୍ରୀମଣ୍ଡଳ ଗଢିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ମଧ୍ୟରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ରେ ଅଛନ୍ତି। ଲୋକସେବା ଭବନର କନଭେନସନ ହଳରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସମସ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

Odisha Cabinet Reshuffle

ପ୍ରଥମେ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଥିଲେ । ପ୍ରଥମେ କ୍ୟାବିନେଟ ମନ୍ତ୍ରୀ ଭାବେ ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଶପଥ ନେଇଥିଲେ । ଏହାପରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଚିକିଟି ବିଧାୟିକା ଉଷା ଦେବୀ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟଚାସୀ ନାୟକ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଝାରସୁଗୁଡା ବିଧାୟକ ନବ କିଶୋର ଦାସ, ଭୁବନେଶ୍ବର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ନୂଆପଡା ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ସେହିପରି ଶପଥ ନେଇଥିବା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ମାନେ ହେଲେ- ସମୀର ରଞ୍ଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ।

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣ କ୍ୟାବିନେଟ, ୮ ଜଣ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ ପାହ୍ୟା) ଭାବେ ଶପଥ ନେଇଛନ୍ତି । ମନ୍ତ୍ରିମଣ୍ଡଳରେ ୭ ଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି । ୯ ଜଣ ମନ୍ତ୍ରୀଙ୍କୁ ପୁଣି ମନ୍ତ୍ରୀପଦ ମିଳିଛି । ଏହାସହ ୫ ଜଣ ପୂର୍ବତନ ମନ୍ତ୍ରୀ ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି ।


ନୂଆ ମନ୍ତ୍ରୀମଣ୍ଡଳର ସମ୍ପୂର୍ଣ୍ଣ ତାଲିକା-

କ୍ୟାବିନେଟ ମନ୍ତ୍ରୀ-

  1. ନିରଞ୍ଜନ ପୂଜାରୀ
  2. ରଣେନ୍ଦ୍ର ପ୍ରତାପ ସ୍ଵାଇଁ
  3. ପ୍ରମିଳା ମଲ୍ଲିକ
  4. ଉଷା ଦେବୀ
  5. ପ୍ରଫୁଲ୍ଲ ମଲ୍ଲିକ
  6. ପ୍ରତାପ କେଶରୀ ଦେବ
  7. ଅତନୁ ସବ୍ୟସାଚୀ ନାୟକ
  8. ପ୍ରଦୀପ ଅମାତ
  9. ନବ କିଶୋର ଦାସ
  10. ଅଶୋକ ପଣ୍ଡା
  11. ଟୁକୁନି ସାହୁ
  12. ରାଜେନ୍ଦ୍ର ଢୋଲକିଆ
  13. ଜଗନ୍ନାଥ ସାରକା

ରାଷ୍ଟ୍ରମନ୍ତ୍ରୀ-

  1. ସମୀର ରଞ୍ଜନ ଦାସ
  2. ଅଶ୍ଵିନୀ କୁମାର ପାତ୍ର
  3. ପ୍ରୀତିରଞ୍ଜନ ଘଡାଇ
  4. ଶ୍ରୀକାନ୍ତ ସାହୁ
  5. ତୁଷାରକାନ୍ତି ବେହେରା
  6. ରୋହିତ ପୂଜାରୀ
  7. ରୀତା ସାହୁ
  8. ବାସନ୍ତୀ ହେମ୍ରମ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+