ଆଜି ବାପା ନାହାନ୍ତି, କିନ୍ତୁ ବାପାଙ୍କ ଭଳି ମୁଖ୍ୟମନ୍ତ୍ରୀ ମୋ ପଛରେ ଅଛନ୍ତି: ଦୀପାଳି
ଝାରସୁଗୁଡ଼ା: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଏହି ସମୟରେ ନିଜ ଅଭିଭାଷଣ ବେଳେ ବାପାଙ୍କୁ ମନେ ପକାଇ କାନ୍ଦିପକାଇ ଥିଲେ ବିଜେଡି ପ୍ରାର୍ଥୀନି ଦୀପାଳି ଦାସ । ସେ କହିଥିଲେ କି, ମୁଁ ଯେତେବେଳେ ପଛକୁ ବୁଲି ଅନାଏ ବାପା ଥାନ୍ତି, ହେଲେ ଏବେ ମୁଖ୍ୟମନ୍ତ୍ରୀ ଅଛନ୍ତି । ସେ ଏବେ ମୋ ବାପାଙ୍କ ଭଳି ମୋ ପଛରେ ଅଛନ୍ତି ।
ନିଜ ଭାଷଣରେ ଦୀପାଳି କହିଛନ୍ତି, " ମୋ ବାପା ଗଲା ପରେ ନବୀନ ପଟ୍ଟନାୟକ ଆମ ପାଖେ ପାଖେ ଠିଆ ହୋଇଛନ୍ତି, ସେତିକି ମୋ ପାଇଁ ବହୁତ ବଡ କଥା । ମୋ ବାପା ଗଲା ପରେ ଝାରସୁଗୁଡାବାସୀ କହିଥିଲେ ବୁଇ ତୁ ଏକା ଅନାଥ ହୋଇନାହୁଁ ଆମେ ବି ଅନାଥ ହୋଇଯାଇଛୁ। ଆଜି ମୁଁ ସମସ୍ତଙ୍କୁ କହିବାକୁ ଚାହିଁବି ମୁଁହି ବି ଅନାଥ ନାହିଁ, ନା ଝାରସୁଗୁଡା ବାସୀ ଅନାଥ ଅଛନ୍ତି । ଆମର ସାଙ୍ଗେ ଯାହାର ହାତ ଅଛି , ସେ ଆଜି ଆମ ସାଙ୍ଗରେ ବସିଛନ୍ତି । ସେ ଆଉ କେହି ନୁହଁନ୍ତି, ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେ ଆହୁରି କହିଥିଲେ କି, ଆଜି ଯଦି ମୋ ବାପା ବଞ୍ଚିଥାନ୍ତେ ଆଉ ଦେଖିଥାନ୍ତେ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସହ ଷ୍ଟେଜରେ ଏମିତି ଦୁଇ ପଦ କଥା କହିପାରୁଛି । ସେ ବହୁତ ଗର୍ବ କରିଥାନ୍ତେ ଆଜି । ସେଥିଲାଗି ମୁଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାପାଇଁ ଚାହିଁବି ମତେ ଏମିତି ବଡ ସୁଯୋଗ ଦେଇଥିବାରୁ । ମା ମାନେ ଆପଣମାନେ ସମସ୍ତେ ଜାଣିଛନ୍ତି ଆପଣଙ୍କ ପ୍ରିୟ ନବ ଦାଦା ଆମ ସମସ୍ତଙ୍କୁ ଛାଡି ପଳାଇଲେ, ତାଙ୍କ ଗଲା ପରେ ଯେଉଁ ହିସାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ସହ ବାପା ହିସାବରେ ଠିଆ ହୋଇଛନ୍ତି, ତାହାକୁ ମୁଁ ଏବଂ ମୋ ପରିବାର କେବେ ନାଇ ଭୁଲିବୁ ।
ଆପଣ ସମସ୍ତେ ଜାଣିଥିବେ ମୋ ବାପାଙ୍କର ଗୋଟିଏ ସ୍ବପ୍ନ ଥିଲା , ନୂତନ ଝାରସୁଗୁଡା ନିର୍ମାଣ । ତାଙ୍କର ଚିନ୍ତାଧାରା ଥିଲା ବିକାଶ। ସୋଚ ଥିଲା ବିକାଶ । ସେ ସବୁବେଳେ କହୁଥିଲେ ମୁଁ ଲୋକଙ୍କ ପାଇଁ ବଂଚିଛି, ଆଉ ଏହି ଝାରସୁଗୁଡାବାସୀଙ୍କ ପାଇଁ ଜୀବନ ଦେବା ପାଇଁ ପ୍ରସ୍ତୁତ ଅଛି । ସେ ତାଙ୍କ ଶେଷ ଅଭିଭାଷଣରେ ମଧ୍ୟ କହିଥିଲେ ବିକାଶ ରାଜନୀତିରୁ ସବୁବେଳେ ଉଦ୍ଧ୍ବରେ ଅଛି। ମୁଁ ଥାଏ ନଥାଏ ବିକାଶର କାମ ସବୁବେଳେ ଜାରି ରହିବ। ଆଜି ତାଙ୍କରି ସ୍ବପ୍ନର ମଙ୍ଗ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଲଢିବାକୁ ଆସିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ବିଶ୍ବାସ କରିଛନ୍ତି , ମୁଁ ଆପଣଙ୍କ ସେବା କରିପାରିବି । ମତେ ବିଶ୍ବାସ କରିକି ଏହି ଟିକେଟ ଦେଇଛନ୍ତି ବୋଲି ଦୀପାଳି କହିଛନ୍ତି ।
ଆଜି ବାପା ନାହାନ୍ତି, ପଛକୁ ଚାହିଁଲା ବେଳକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଛନ୍ତି। ବାପା ଆଜି ଥିଲେ ବେଶ୍ ଖୁସି ହୋଇଥାନ୍ତେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ମୁଁ ଭାଷଣ ଦେଉଛି। ଏହା ମୋ ପାଇଁ ଅତ୍ୟନ୍ତ କଷ୍ଟକର ସମୟ। ଆପଣମାନଙ୍କର ଆଶୀର୍ବାଦରେ ସବୁ କାମ ପୁରା କରିବାକୁ ମୁଁ ଉଦ୍ୟମ କରିବି ଏ ପ୍ରତିଶ୍ରୁତି ଏହି ମଞ୍ଚରୁ ସମଗ୍ର… pic.twitter.com/Fe6wqiYPNy
— Deepali Das (@deepalidas95) May 7, 2023
ଉଲ୍ଲେଖଯୋଗ୍ୟ, ଝାରସୁଗୁଡା ଉପ ନିର୍ବାଚନ ପାଇଁ ମେ ୧୦ରେ ଭୋଟଗ୍ରହଣ କରାଯିବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍ ଦେବେ ଝାରସୁଗୁଡ଼ା ଭୋଟର । ମେ ୧୩ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ । ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡିଛି । ନବ ଦାସଙ୍କ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି ।












Click it and Unblock the Notifications