କେନ୍ଦ୍ରମନ୍ତ୍ରୀଙ୍କ ଆକ୍ଷେପର ଜବାବ ଦେଲେ ନବୀନ: କହିଲେ, ଭୁଆଁ ବୁଲାଉ ଥିଲେ କେନ୍ଦ୍ରମନ୍ତ୍ରୀ

ଉପନିର୍ବାଚନରେ ବଡ଼ ବିଜୟ ପରେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାସହ ପ୍ରଚାର ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ ଦେଇଥିବା ମନ୍ତବ୍ୟର ଜବାବ୍ ରଖିଛନ୍ତି ନୀବନ ।

ଭୁବନେଶ୍ୱର: ଉପନିର୍ବାଚନରେ ବଡ଼ ବିଜୟ ପରେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାସହ ପ୍ରଚାର ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ ଦେଇଥିବା ମନ୍ତବ୍ୟର ଜବାବ୍ ରଖିଛନ୍ତି ନୀବନ ।

CM Naveen Patnaik

ସେ କଟାକ୍ଷ କରି କହିଛନ୍ତି ଯେ, ବିଜେପିର କେନ୍ଦ୍ରମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରୁଥିଲେ । ମାତ୍ର ଫେଲ୍ ମାରିଲେ । ସେ ଆବାସ ଯୋଜନା ହେଉକି କିମ୍ବା ଏମଏସପି ପ୍ରସଙ୍ଗ ହେଉ ବା ରେଳ ପ୍ରସଙ୍ଗ ହେଉ ସବୁଥିରେ ଅବହେଳା ହୋଇଛି । ଏହା ଦୁର୍ଭାଗ୍ୟଜନକ, ଏହା ଠିକ୍ ନୁହେଁ । ଆପଣ କେନ୍ଦ୍ରରେ ଅଛନ୍ତି, ଆମେ ରାଜ୍ୟରେ ଅଛୁ । ମିଶି କରି ଆମେ କାମ କରିବା ମିଳିକରି ଓଡିଶାର ଉନ୍ନତି ପାଇଁ କାମ କରିବା ।

କହିରଖୁ କି, ଉପନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଆବାସ ଯୋଜନାଠାରୁ ନେଇ ଇନପୁଟ ସବସିଡି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଥିଲେ । ଏହାର ଜବାବ ରଖିଛନ୍ତି ନବୀନ ।

ପଦ୍ମପୁର ଉପନିର୍ବାଚନରେ ବିଜେଡିର ବଡ଼ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇ ଭିଡିଓ ବାର୍ତ୍ତାରେ କହିଛନ୍ତି, ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର ଏବଂ ଏହି ଅଭୂତପୂର୍ବ ବିଜୟ ପାଇଁ ଧନ୍ୟବାଦ। ଏହା ଆଉ କାହାର ବିଜୟ ନୁହେଁ। ଏହା ପଦ୍ମପୁରବାସୀଙ୍କ ବିଜୟ । ବିଜେଡିର ଲକ୍ଷ ଲକ୍ଷ କର୍ମୀମାନଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଆପଣମାନେ ବହୁତ କଷ୍ଟ ଓ ନିଷ୍ଠାର ସହ କାମ କରିଛନ୍ତି ।

ସୂଚନାଥାଉ କି, ପଦ୍ମପୁର ଉପନିର୍ବାଚନରେ ବିଶାଳ ବିଜୟ ହାସଲ କରିଛନ୍ତି ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା । ପଦ୍ମପୁର ପରୀକ୍ଷାରେ ବର୍ଷାଙ୍କ ମୁଣ୍ଡରେ ହୋଇଛି ଆଶୀର୍ବାଦର ବର୍ଷା । ୪୨ ହଜାର ୬୭୯ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି । ମୋଟ ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ ପାଇଛନ୍ତି ବର୍ଷା । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ମିଳିଛି ୭୮ ହାଜର ୧୨୮ ଖଣ୍ଡ ଭୋଟ୍ । ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ମିଳିଛି ମାତ୍ର ୩୫୯୪ ଖଣ୍ଡ ଭୋଟ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+