ଆସନ୍ତା ୪ରେ ୨ ଦିନିଆ କୋଲକାତା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ୪ ତାରିଖରେ କୋଲକାତା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କର ୨ ଦିନିଆ କୋଲକାତା ଗସ୍ତ କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ କୋଲକାତା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କର ୨ ଦିନିଆ କୋଲକାତା ଗସ୍ତ କାର୍ଯ୍ୟକ୍ରମ ରହିଛି । ଗସ୍ତ ସମୟରେ ନବୀନ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ୍‌ ପରିଷଦ ବୈଠକରେ ଯୋଗ ଦେବେ । ଏହା ସହ ଏହି ଗସ୍ତ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି ।

CM Naveen Patnaik

ଆସନ୍ତା ୫ ତାରିଖରେ କୋଲକାତା ରାଜ୍ୟ ସଚିବାଳୟରେ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ର ଗୃହମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିବେ । ଏହି ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ନବୀନଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+