ଆଜି ରାତିରେ ବଢିପାରେ ଇସ୍ତଫା ତାଲିକା, ସୋମବାର ନୂଆ ମନ୍ତ୍ରିମଣ୍ତଳ !
ଭୁବନେଶ୍ୱର:ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ଆଉ ଦୁଇ ନେତା ଦେଇଛନ୍ତି ଇସ୍ତଫା । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ହଠାତ୍ ଇସ୍ତଫା ଦେଇଛନ୍ତି । ଯାହା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଚର୍ଚ୍ଚା ଜୋର ଧରିଛି ଯେ, ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରିମଣ୍ତଳରେ ହେବ ବଡ଼ ଧରଣ ଅଦଳବଦଳ ।

ଆଜି ରାତି ସୁଧା ଏହି ଇସ୍ତଫା ତାଲିକା ବଢିପାରେ ଏବଂ ସୋମବାର ଦିନ ନୂଆ ମନ୍ତ୍ରୀମଣ୍ତଳ ଗଠନ ହୋଇପାରେ ବୋଲି ଆଲୋଚନା ହେଉଛି । ସେପଟେ ରାଜ୍ୟପାଳ ବର୍ତ୍ତମାନ ଓଡ଼ିଶା ବାହାରେ ଅଛନ୍ତି ୨୨ ତାରଖରେ ଫେରିବା ପରେ ମନ୍ତ୍ରିମଣ୍ତଳରେ ଅଦଳବଦଳ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏପରିକି ପଶ୍ଚିମ ଓଡ଼ିଶାରୁ ମନ୍ତ୍ରୀ ଥିବା ଦୁଇ ଜଣ ମଧ୍ୟ ଇସ୍ତଫା ଦେଇପରନ୍ତି ବୋଲି ସୂଚନା ରହିଛି ।
ବିକ୍ରମ ଆରୁଖ ନିଜ ଇସ୍ତଫାକୁ ନେଇ କହିଛନ୍ତି ଯେ, ସେ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କୁ ଇସ୍ତଫା ପତ୍ର ପଠାଇ ସାରିଛନ୍ତି । ବର୍ତ୍ତମାନ ସେ ଅନୁଗୁଳରେ ଅଛନ୍ତି, ସୋମବାର ଭୁବନେଶ୍ୱର ଫେରିବା ପରେ ଇସ୍ତଫା ଦେଖିବେ । ହେଲେ ଇସ୍ତଫା ନେଇ ବିକ୍ରମ ଆରୁଖ ତାଙ୍କୁ ଫୋନ୍ ଯୋଗେ ସୂଚନା ଦେଇସାରିଛନ୍ତି । ସେ ଆହୁରି କହିଛନ୍ତି, ନିର୍ବାଚନକୁ ଆଉ ବର୍ଷେରୁ କମ ସମୟ ଥିବାରୁ ଦଳର ସାଂଗଠନିକ କାର୍ଯ୍ୟ ପାଇଁ ବାଚସ୍ପତି ପଦରୁ ସେ ଇସ୍ତାଫ ଦେଇଛନ୍ତି ।
ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ସଂଗଠନ ଦାୟିତ୍ୱ ପାଇଁ ସେ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେହି ସମାନ କଥା କହିଛନ୍ତି ଶ୍ରୀକାନ୍ତ ସାହୁ ।
ଅପରପକ୍ଷରେ ଆସନ୍ତାକାଲି ଆସୁଛି ଝାରସୁଗୁଡ଼ା ଫଳାଫଳ । ଏହା ପୂର୍ବରୁ ହଠାତ୍ ବାଚସ୍ପତି ଏବଂ ଦୁଇ ମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ହେଉଛି । ଝାରସୁଗୁଡ଼ାରେ ଯଦି ଦୀପାଳି ଦାସ ଜିତନ୍ତି, ତେବେ ତାଙ୍କୁ ନବୀନ ନୂଆ ଟିମ୍ ରେ ସାମିଲ କରିପାରନ୍ତି ବୋଲି କେତେକ ରାଜନୀତିଜ୍ଞ ଆକଳନ କରିଛନ୍ତି ।
ସୂଚନାଥାଉ ଯେ, ୧୯୯୭ରେ ପୋଲସରା ହାତିଓଟରୁ ସରପଞ୍ଚ ଭାବେ ସେ ନିଜ ରାଜନୈତୀକ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୪ରେ ବିଜେଡି ଟିକେଟରେ ପୋଲସରାରୁ ସେ ପ୍ରଥମ ଥର ପାଇଁ ସେ ବିଧାୟକ ଭାବେ ଜିତିଥିଲେ । ସେହିପରି ୨୦୧୯ରେ ପୁଣିଥରେ ପୋଲସରାରୁ ଦ୍ୱିତୀୟଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ସେହିପରି ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ତଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସମୀର ରଞ୍ଜନ ଦାସ । ସେ ୨୦୦୯, ୨୦୧୪ ଏବଂ ୨୦୧୯ରେ ଲଗାତାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ ତୃତୀୟ ଥର ପାଇଁ ନିର୍ବାଚିକ ହେବା ପରେ ସେ ବିଜେଡିର ପଞ୍ଚମ ପାଳି ସରକାରରେ ହୋଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।












Click it and Unblock the Notifications