ମଞ୍ଚରୁ ଦାବି କଲେ ତାରା, ଅନ୍ ଦ ସ୍ପଟ ଦାବି ପୂରଣ କଲେ ନବୀନ

ମଞ୍ଚ ଉପରେ ନିଜ ଅଭିଭାଷଣ ରଖିବା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଆଉ କଣ ସମସ୍ୟା ରହିଛି ତାହା କହିଥିଲେ ।

Tara Bahinipati

ଜୟପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି । ଏହି ଅବସରରେ ମଞ୍ଚ ଉପରେ ନିଜ ଅଭିଭାଷଣ ରଖିବା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଆଉ କଣ ସମସ୍ୟା ରହିଛି ତାହା କହିଥିଲେ ।

ବିଧାୟକ ତାରାପ୍ରସାଦ ବାହିନୀପତି ବିକ୍ରମଦେବ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଡିଟୋରିଅମର ଆବଶ୍ୟକତା ଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚ ଉପାର ଜଣାଇବା ସହ ଏହା କିପରି ହୋଇ ପାରିବ ସେ ନେଇ ନିଜ ଦାବି ଜଣାଇ ଥିଲେ। ଆଉ ଏହାର କିଛି ସମୟ ମଧ୍ୟରେ ହିଁ ଅଡିଟୋରିୟମ ନିର୍ମାଣ ପାଇଁ ସବୁଜ ସଂକେତ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତାରାଙ୍କ ଦାବିର କିଛି ସମୟ ମଧ୍ୟରେ ୧୦୦୦ ଆସନ ଅଡିଟୋରିୟମ ଭେଟି ଦେଇଥିଲେ ନବୀନ । ଯେଉଁ ଅଡିଟୋରିୟମର ନିର୍ମାଣ ବାବଦକୁ ୮ କୋଟି ଟଙ୍କା ଖର୍ଚ୍ଚ ହେବ । ନବୀନଙ୍କ ଏହି ନିଷ୍ପତ୍ତିରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଖୁସିବ୍ୟକ୍ତ କରିଛନ୍ତି ।

ଅନ୍ୟପଟେ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯାଇ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ତାରାପ୍ରସାଦ ବାହିନୀପତି । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ମଞ୍ଚରେ ସେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ନବୀନ ପଟ୍ଟନାୟକ ଜିନ୍ଦାବାଦର ନାରା ଦେଉଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଏଭଳି ପ୍ରଶଂସାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+