ଟୋକିଓ ଅଲିମ୍ପିକ୍ସ: ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ, ପୁରୁଷ ହକି ଦଳକୁ ଜଣାଇଲେ ଶୁଭେଚ୍ଛା
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭାରତୀୟ ପୁରୁଷ ହକି ଦଳକୁ ଅଲିମ୍ପିକ୍ ସେମିରେ ପ୍ରବେଶ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। 41 ବର୍ଷ ପରେ ଭାରତ ଅଲିମ୍ପିକ୍ ସେମି ଖେଳିବ ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭାରତୀୟ ପୁରୁଷ ହକି ଦଳକୁ ଅଲିମ୍ପିକ୍ ସେମିରେ ପ୍ରବେଶ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। 41 ବର୍ଷ ପରେ ଭାରତ ଅଲିମ୍ପିକ୍ ସେମି ଖେଳିବ । ଗ୍ରେଟ ବ୍ରିଟେନ ଉପରେ ଭାରତୀୟ ଦଳର ବିଜୟରେ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କ୍ୱାର୍ଟର ଫାଇନାଲରେ ଜାତୀୟ ଦଳ ଭାରତର ଗର୍ବ ଗୌରବକୁ ଫେରାଇ ଆଣିଛି । ଉଭୟ ସେମି ଏବଂ ଅଲିମ୍ପିକ୍ ଫାଇନାଲ୍ ଜିତିବା ପାଇଁ ଦଳ ଗତି ବଜାୟ ରଖିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଏଠାରେ ଉଲ୍ଲେଖଥାଉ ଯେ, 2018 ଠାରୁ ଓଡିଶା ସରକାରୀ ଭାରତୀୟ ହକି ଉଭୟ ପୁରୁଷ ଓ ମହିଳା ଦଳର ପାଞ୍ଚ ବର୍ଷ ପାଇଁ ପ୍ରାୟୋଜକ ଅଛନ୍ତି । ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯିଏ ସମଗ୍ର ଦେଶରେ ଏହି ଜାତୀୟ ଖେଳକୁ ପ୍ରୋତ୍ସାହିତ କରୁଛି। ଓଡିଶା ହେଉଛି ହକିର ମୂଳଦୁଆ ଏବଂ ରାଜ୍ୟ ସରକାର ହକି ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି, ଯାହାକି ଭାରତକୁ ବିଶ୍ୱ ହକିରେ ନିଜର ପ୍ରାଧାନ୍ୟ ଫେରାଇ ଆଣିବାରେ ସାହାଯ୍ୟ କରିବ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଉଭୟ ଭାରତୀୟ ପୁରୁଷ ହକି ଏବଂ ଭାରତୀୟ ମହିଳା ହକି ଦଳ ଯଥାକ୍ରମେ 41 ବର୍ଷ ପରେ ଅଲିମ୍ପିକ ସେମି ଏବଂ କ୍ୱାର୍ଟରରେ ପ୍ରବେଶ କରୁଛନ୍ତି।












Click it and Unblock the Notifications