ପଦମପୁରରେ ନବୀନଙ୍କ ପ୍ରଶ୍ନ: କୁଆଡ଼େ ଗଲା କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ?
ମୁଖ୍ୟମନ୍ତ୍ରୀ କହିଥିଲେ, ରେଲୱ, କେନ୍ଦୁପତ୍ରକୁ ନେଇ କେନ୍ଦ୍ରମନ୍ତ୍ରୀ ମାନେ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ପ୍ରଭୁ ନରସିଂହଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି କି କେନ୍ଦ୍ରମନ୍ତ୍ରୀମାନଙ୍କୁ ସେମାନଙ୍କ ପ୍ରତିଶୃତି ବିଷୟରେ ଟିକେ ମନେ ପକାଇ ଦିଅନ୍ତୁ ।

ପଦମପୁର: ପଦମପୁରରେ ନବୀନଙ୍କ ପ୍ରଶ୍ନ । କୁଆଡ଼େ ଗଲା କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ?, ପଚାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଥିଲେ, ରେଲୱ, କେନ୍ଦୁପତ୍ରକୁ ନେଇ କେନ୍ଦ୍ରମନ୍ତ୍ରୀ ମାନେ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ପ୍ରଭୁ ନରସିଂହଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି କି କେନ୍ଦ୍ରମନ୍ତ୍ରୀମାନଙ୍କୁ ସେମାନଙ୍କ ପ୍ରତିଶୃତି ବିଷୟରେ ଟିକେ ମନେ ପକାଇ ଦିଅନ୍ତୁ ।
ସୂଚନାଥାଉକି, ଉପନିର୍ବାଚନ ବେଳେ ରେଳୱେ ପ୍ରକଳ୍ପ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦୁପତ୍ର ସବସିଡି ପ୍ରସଙ୍ଗ ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ।
ସେପଟେ ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ହେବ। ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦିନ ଧରି ପଦ୍ମପୁର ଜିଲ୍ଲା ମାନ୍ୟତା ନେଇ ଦାବି ରହିଛି । ଏନେଇ ସରକାର କାର୍ଯ୍ୟ କରୁଛନ୍ତି, ଆଗାମୀ ବର୍ଷେ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ଭାବେ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ବରଗଡ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୧୧ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ୮ କୋଟି ୮୫ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୯୦ କୋଟି ୨୪ ଲକ୍ଷ ଟଙ୍କାର ୩୩୦ଟି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।












Click it and Unblock the Notifications