ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ କଥା ଆଗରୁ ଜାଣିଥିଲେ ନବୀନ !
ମୁଖ୍ୟମନ୍ତ୍ରୀଙ୍କ ଏହି ଶୁଭେଚ୍ଛା ଟୁଇଟ୍ ପରେ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି । କାରଣ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ କଥା ଆଗରୁ ଜାଣିଥିଲେ ନବୀନ, ଯାହାର ସଙ୍କେତ ନବୀନଙ୍କ ଏହି ଟ୍ବିଟରୁ ମିଳୁଛି ।
ଭୁବନେଶ୍ୱର: ଦେଶର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଛନ୍ତି ଜଣେ ଓଡିଆ । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡିଶାର ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି NDA । ଆଉ ଗତକାଲି (ମଙ୍ଗଳାବର) ଏହି ଖବର ପ୍ରକାଶ ପାଇବା ପରେ ଟ୍ବିଟ କରି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନିଜ ଟ୍ୱିଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଦେଶର ସର୍ବୋଚ୍ଚ ପଦବୀ ପାଇଁ ଏନଡିଏ ପକ୍ଷରୁ ପ୍ରାର୍ଥିନୀ ହୋଇଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଏନେଇ ମୋ ସହ ଆଲୋଚନା କରିବା ବେଳେ ବହୁତ ଖୁସି ହୋଇଥିଲି । ଏଥିସହ ସେ ଟ୍ୱିଟ କରିଛନ୍ତି, ମୋର ବିଶ୍ୱାସ ଶ୍ରୀମତୀ ମୁର୍ମୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ନୂଆ ଉଦାହରଣ ସୃଷ୍ଟି କରିବେ ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଶୁଭେଚ୍ଛା ଟୁଇଟ୍ ପରେ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି । କାରଣ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ କଥା ଆଗରୁ ଜାଣିଥିଲେ ନବୀନ, ଯାହାର ସଙ୍କେତ ନବୀନଙ୍କ ଏହି ଟ୍ବିଟରୁ ମିଳୁଛି । ତେଣୁ ରାଷ୍ଟ୍ରପତି ନିର୍ବାଚନ ପୂର୍ବୁର ଶ୍ରୀମତି ମୁର୍ମୁଙ୍କ ପାଇଁ ବିଜେଡି ସମର୍ଥନ ଥିବା ଏଥିରୁ ସ୍ପଷ୍ଟ ହୋଇସାରିଛି । ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗଣିତରେ ବିଜେଡିର ପ୍ରମୁଖ ରହିଛି । ଏହି କାରଣରୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀନଙ୍କ ସହ ଆଲୋଚନା କରିଥିଲେ ବୋଲି ସାଧରଣରେ ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷେ, ଏନ୍ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ତାଙ୍କୁ Z+ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି। ଯେଉଁଥିରେ ୧୦ରୁ ଅଧିକ ଏନ୍ଏସ୍ଜି ସହ ସିଆରପିଏଫ୍ କମାଣ୍ଡୋ ରହିଛନ୍ତି। ଏହି ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ ଭାବେ ତାଙ୍କ ସହ ରହିବ। ସେପଟେ ଆଜି ସକାଳୁ ଦ୍ରୌପଦୀ ରାଇରଙ୍ଗପୁରର ଜଗନ୍ନାଥ ମନ୍ଦିର, ଶିବମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ପୂର୍ଣ୍ଣନ୍ଦେଶ୍ୱର ଶିବମନ୍ଦିର ପରିସର ଓଳାଇଥିଲେ । ଏହା ପରେ ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ । ରାଇରଙ୍ଗପୁର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟକୁ ଯାଇ ପ୍ରାର୍ଥନା କରିଥିଲେ । ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସାନ୍ତାଳୀଙ୍କ ଆରାଧନା ପୀଠ ଜାହିରା ଯାଇ ଦ୍ରୌପଦୀ ମୁର୍ମୁ ପୂଜାର୍ଚ୍ଚନା କରିଥିଲେ ।












Click it and Unblock the Notifications