ଇଡି ହେପାଜତରେ ଥାଇ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କଲେ କେଜ୍ରିୱାଲ; ତିହାର ଜେଲରୁ ଜାରି କଲେ ପ୍ରଥମ ଅର୍ଡର
ଗିରଫ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଇଡି ହେପାଜତରେ ଥାଇ ପ୍ରଥମ କରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି କେଜ୍ରିୱାଲ ।
ଖରାଦିନ ଆସୁଥିବାରୁ ଲୋକଙ୍କ ପାଣି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ।
ସୂଚନା ଅନୁସାରେ, କେଜ୍ରିୱାଲ ଇଡି ହେପାଜତରେ ଥାଇ ଜଳ ମନ୍ତ୍ରଣାଳୟକୁ ଏକ ନିର୍ଦ୍ଦେଶନାମା ପଠାଇଛନ୍ତି ।
ଦିଲ୍ଲୀ ମନ୍ତ୍ରୀ ଆତିଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଅରବିନ୍ଦ କେଜ୍ରିୱାଲ ଦେଇଥିବା ଆଦେଶ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି, "ଇଡି ହେପାଜତରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସହରର କେତେକ ଅଞ୍ଚଳରେ ଜଳ ଓ ସ୍ୱରେଜ୍ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।

ଜଳ ଅଭାବ ଦେଖାଦେଇଥିବା ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ପାଣି ଟ୍ୟାଙ୍କର ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେ ଆହୁରି କହିଛନ୍ତି, "ଏଭଳି ପରିସ୍ଥିତିରେ ସେ ନିଜ ବିଷୟରେ ଚିନ୍ତା କରୁନାହାନ୍ତି, ଦିଲ୍ଲୀବାସୀ ଏବଂ ସେମାନଙ୍କ ସମସ୍ୟା କଥା ଭାବୁଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଲୋକଙ୍କ କାର୍ଯ୍ୟକୁ ବନ୍ଦ କରିପାରିବନି।"
ସେ ଏକ ଲେଖା ମାଧ୍ୟମରେ ଦିଲ୍ଲୀବାସୀଙ୍କ ଜଳ ସମସ୍ୟାର ସମାଧାନ କରିବାକୁ ମନ୍ତ୍ରଣାଳୟକୁ ଆଦେଶ ଦେଇଛନ୍ତି। ଖରାଦିନ ଆସୁଛି, ଯେପରି କେହି ବି ପାଣି ଅଭାବର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଅଧିକ ଟ୍ୟାଙ୍କର ବିନିଯୋଗ କରିବାକୁ କହିଛନ୍ତି କେଜ୍ରିୱାଲ ।
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ । ଇଡି ତାଙ୍କୁ ୭ ଦିନିଆ ନ୍ୟାୟିକ ହେପାଜତକୁ ନେଇଛି । ସେ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ ।












Click it and Unblock the Notifications