ପିଏମଙ୍କ ହେଲିକପ୍ଟର ଯୋଗୁ ସିଏମଙ୍କୁ ମିଳିଲାନି ଉଡାଣ ଅନୁମତି
ଚଣ୍ଡୀଗଡ଼: ପଞ୍ଜାବରେ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଏକ ଗୁରୁତ୍ବପୂର୍ଣ ଘଟଣାକ୍ରମରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂହ ଏକ ନିର୍ବାଚନୀ ପ୍ରଚାରରେ ହୋଶିଆରପୁର ଯିବାକୁ ଥିବା ବେଳେ ତାଙ୍କ ହେଲିକପ୍ଟରକୁ ଉଡାଣ ଅନୁମତି ମିଳି ନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ନିର୍ବାଚନୀ ଗସ୍ତ ସମାନ ସମୟରେ ରହିଥିବା ଯୋଗୁ, ସୁରକ୍ଷା ଦୃଷ୍ଟିକୋଣରୁ ଅନୁମତି ମିଳିବାରେ ବିଳମ୍ବ ହୋଇଥିବା ସୂତ୍ରରୁ ପ୍ରକାଶ ।

ଆଜି ପୂର୍ବାହ୍ନରେ ପଞ୍ଜାବରେ ହୋସିଆରପୁରରେ ଥିଲା କଂଗ୍ରେସର ନିର୍ବାଚନୀ ପ୍ରଚାର ସଭା। ଏଥିରେ ରାହୁଲ ଗାନ୍ଧୀଙ୍କ ଗସ୍ତ ଶୁଚିବଦ୍ଧ ଥିଲା । ଏହି ସଭାରେ ଯୋଗ ଦେବାପାଇଁ ସିଏମ ଚନ୍ନୀ ଚଣ୍ଡିଗଡରୁ ସ୍ଵତନ୍ତ୍ର ହେଲିକପ୍ଟରରେ ହୋଶିଆରପୁର ପହଞ୍ଚିବା ପାଇଁ ସ୍ଥିର ହୋଇଥିଲା । ଉକ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଥିଲା ପଞ୍ଜାବର ଜଲନ୍ଧର ସହରରେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଏହି ସମୟକୁ ନୋ-ଫ୍ଲାଇଂ ଜୋନ ଘୋଷଣା କରାଯାଇଥିଲା । ତେବେ ରାହୁଲ ଗାନ୍ଧୀଙ୍କ ହେଲେକପ୍ଟରକୁ ଉଡିବା ପାଇଁ ଅନୁମତି ମିଳିଥିଲା । ଏହି ଘଟନା ପରେ ମୁଖ୍ୟମନ୍ତ୍ରୀ ଚନ୍ନୀ ବିଦ୍ଵେଷ ପ୍ରକାଶ କରିଛନ୍ତି। ସେହିପରି କଂଗ୍ରେସ ନେତା ସୁନୀଲ ଝକଡ ଏହି ଘଟନାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ନିର୍ବାଚନ କମିସନରଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ଘଟଣା ପରେ ବିଧାନସଭା ନିର୍ବାଚନ ପାଇଁ ଉଷ୍ମ ଥିବା ପଞ୍ଜାବ ରାଜନୀତି ଅଧିକ ଗରମ ହୋଇଛି ।












Click it and Unblock the Notifications