ପୁଣି ଇଣ୍ଡିଆ ମେଣ୍ଟକୁ ଝଟକା: ପଞ୍ଜାବରେ ଏକାକୀ ଲଢିବେ ଭଗୱନ୍ତ ମାନ୍
CM Bhagwant Mann: ଟିଏମସି ପରେ ବିରୋଧୀଙ୍କ ଇଣ୍ତିଆ ମେଣ୍ଟକୁ ଝଟକା ଦେଇଛି ଆପ୍ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାରାର୍ଜୀଙ୍କ ପରେ ପଞ୍ଜାବ ମୁ୍ଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ମଧ୍ୟ ପଞ୍ଜାବରୁ ଏକାକୀ ଲଢିବେ ବୋଲି ସଂକେତ ଦେଇଛନ୍ତି । ଭଗୱନ୍ତ କହିଛନ୍ତି, ତାଙ୍କ ଦଳ ଅର୍ଥାତ୍ ଆପ୍ ପଞ୍ଜାବରେ ୧୩ଟି ଆସନରେ ଏକାକୀ ନିର୍ବାଚନ ଲଢିବେ ଏବଂ ଜିତିବ ମଧ୍ୟ ।
ସେହିପରି ପଞ୍ଜାବରେ ଆପ୍ ଏକାକୀ ନିର୍ବାଚନ ଲଢିବା ପ୍ରସ୍ତାବକୁ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସବୁଜ ସଂକେତ ଦେଇସାରିଛନ୍ତି । ସୂଚନା ରହିଛି ଖୁବ୍ ଶୀଘ୍ର ପଞ୍ଜାବରେ ଏକାକୀ ନିର୍ବାଚନ ଲଢିବା ନେଇ ଘୋଷଣା କରିପାରେ ଆପ୍ । ତେବେ ସିଟ୍ ଭାଗବଣ୍ଟାକୁ ନେଇ କଂଗ୍ରେସକୁ ଦାୟୀ କିରପାରେ ଆପ୍ ।

ଏହା ପୂର୍ବରୁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ 'ଏକଲା ଚଲୋ' ନାରା ଦେଇଛନ୍ତି । ଅର୍ଥାତ୍ ଆଗାମୀ ନିର୍ବାଚନରେ ଟିଏମସି ପଶ୍ଚିମବଙ୍ଗର ସମସ୍ତ ଆସନରୁ ଏକା ନିର୍ବାଚନ ଲଢିବ ବୋଲି ମମତା ବାନାର୍ଜୀ ଘୋଷଣା କରିଛନ୍ତି । ଯାହା ପରେ ବିରୋଧୀଙ୍କ ଇଣ୍ତିଆ ମେଣ୍ଟର ଭବିଷ୍ୟତକୁ ନେଇ ସଙ୍କଟ ସୃଷ୍ଟି ହୋଇଛି ।
ମମତା ବାନାର୍ଜୀ କହିଛନ୍ତି, 'ମୋ ପରାମର୍ଶକୁ ସମସ୍ତେ ପ୍ରତ୍ୟାଖାନ କଲେ । ସେଥିପାଇଁ ଆମ ଦଳ ଏକା ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଟିଏମସି କାହାର ମେଣ୍ଟ ନାହିଁ । କଂଗ୍ରେସ ଦଳ ସଗ ମୋର କୌଣସି ଆଲୋଚନା ହୋଇ ନାହିଁ । ଦେଶରେ କ'ଣ ଚାଲିଛି ସେନେଇ ମୁଁ ଚିନ୍ତିତ ନୁହେଁ । ହେଲେ ଆମ ଦଳ ଧର୍ମନିରପେକ୍ଷ ଦଳ । ପଶ୍ଚିମବଙ୍ଗରେ ଆମେ ଏକା ହିଁ ଲଢିବୁ ଏବଂ ବିଜେପିକୁ ପରାସ୍ତ କରିବୁ ।'
ସେ ଆହୁରି କହିଛନ୍ତି ଯେ, ମୁଁ ଇଣ୍ତିଆ ମେଣ୍ଟର ସଦସ୍ୟ ହେଲେ ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା ଆମ ରାଜ୍ୟ ଦେଇ ଯାଉଥିବା ହେଲେ ଆମ ପାଖରେ ଏନେଇ କୌଣସି ସୂଚନା ନାହିଁ କିମ୍ବା କଂଗ୍ରେସ ଏ ବିଷୟରେ ଆମକୁ ଅବଗତ କରାଇ ନାହିଁ ।
ଆପଣଙ୍କୁ ଜଣାଇବୁ ଯେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେବା ପାଇଁ ବିରୋଧୀଙ୍କ ୨୮ଟି ଦଳ ମିଶି ଏକ ମେଣ୍ଟ ଗଠନ କରିଥିଲେ । ଯାହାର ନାଁ 'ଇଣ୍ତିଆ'ଖାଯାଇଥିଲା । ହେଲେ ବର୍ତ୍ତମାନ ନିର୍ବାଚନ ପୂର୍ବରୁ ଏହି ମେଣ୍ଟରେ ବିବାଦ ସୃଷ୍ଟି ହେଉଥିବାର ଦେଖିବା ପାଇଁ ମିଳୁଛି । ଏହାସହ ବର୍ତ୍ତମାନ ମମତା ବାରାର୍ଜୀଙ୍କ ଏକଲା ଚଲୋ ନାରା ବିରୋଧୀଙ୍କ ଇଣ୍ତିଆ ମେଣ୍ଟକୁ ଏକ ବଡ଼ ଝଟକା ଦେଇଛି ।












Click it and Unblock the Notifications