For Quick Alerts
Turn On Notification  
For Daily Alerts
Oneindia App Download

ପଦ୍ମପୁର ଉପନିର୍ବାଚନ ଫଳାଫଳ ପୂର୍ବରୁ ନବୀନ ନିବାସରେ ରୁଦ୍ଧ ଦ୍ୱାର ବୈଠକ

ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ପଦ୍ମପୁର ଉପନିର୍ବାଚନ ନେଇ ନିଆଯାଉଛି ଫିଡ୍‌ବ୍ୟାକ୍ । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ନେତାଙ୍କ ଠାରୁ ନିଆଯାଉଛି ଫିଡ୍‌ବ୍ୟାକ୍ ।

|

ଭୁବନେଶ୍ୱର: ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ପଦ୍ମପୁର ଉପନିର୍ବାଚନ ନେଇ ନିଆଯାଉଛି ଫିଡ୍‌ବ୍ୟାକ୍ । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ନେତାଙ୍କ ଠାରୁ ନିଆଯାଉଛି ଫିଡ୍‌ବ୍ୟାକ୍ । ପ୍ରଣବ ପ୍ରକାଶ ଦାସ, ସୁଧୀର ସାମଲ, ରୋହିତ ପୂଜାରୀ, ପୁଷ୍ପେନ୍ଦ୍ର ସିଂଦେଓ ଉପସ୍ଥିତ ଥିବା ସୂଚନା ମିଳିଛି । ତେବେ ବୈଠକର ମୁଖ୍ୟ ଏଜେଣ୍ଡା କଣ ଜଣାପଡିନି ।

Padmapur Bypoll Result

ପଦ୍ମପୁର ଉପନିର୍ବାଚନର ଫଳାଫଳ ବିଜେଡି ପାଇଁ ବେଶ ଗୁରୁତ୍ୱ ବହନ କରୁଛି । କାରଣ ଧାମନଗର ଉପନିର୍ବାଚନରେ ଦଳ ପରାଜିତ ହେବା ପରେ ଚିନ୍ତାରେ ପଡିଛି । ଏହାସହ ପଦ୍ମପୁର ବିଜେଡିର ନିଜ ଆସନ ହୋଇଥିବାରୁ ଏହି ଆସନରେ ବିଜୟୀ ହୋଇ ସମ୍ମାନ ବଞ୍ଚାଇବାକୁ ଚାହିଁବ ବିଜେଡି । ଯେହେତୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପଦ୍ମପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ତେଣୁ ଏହି ଆସନରେ ବିଜୟୀ ହେବା ଏବେ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରୁଛି ।

ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁରରେ ଉପନିର୍ବାଚନ ହେଉଛି । ସୋମବାର ଭୋଟିଂ ଶେଷ ହୋଇଥିବା ବେଳେ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ଫଳାଫଳ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Closed Door Meeting of BJD at Naveen Nivash Ahead Padmapur Bypoll Result
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X