For Quick Alerts
Turn On Notification  
For Daily Alerts
Oneindia App Download

ମୋଦୀଙ୍କୁ ନବୀନଙ୍କ ଚିଠି: ଖରିଫ ଧାନ ସୂଚାରୁ ରୂପେ ଉଠାଣ କରୁ କେନ୍ଦ୍ର

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଫ ଧାନ ସଂଗ୍ରହ ନେଇ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ କେନ୍ଦ୍ର ବଳକା ଚାଉଳ ଉଠାଇନଥିବା ବେଳେ ଏବେ ଖରିଫ ଋତୁ ଧାନକୁ କିପରି ସୂଚାରୁ ରୂପେ କେନ୍ଦ୍ର ନେବ ସେନେଇ ଚିଠିରେ ଉଲ୍ଲେଖ ର

|

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଫ ଧାନ ସଂଗ୍ରହ ନେଇ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ କେନ୍ଦ୍ର ବଳକା ଚାଉଳ ଉଠାଇନଥିବା ବେଳେ ଏବେ ଖରିଫ ଋତୁ ଧାନକୁ କିପରି ସୂଚାରୁ ରୂପେ କେନ୍ଦ୍ର ନେବ ସେନେଇ ଚିଠିରେ ଉଲ୍ଲେଖ ରହିଛି ।

pm Modi

ଖରିଫ ଋତରେ ୫୨ ଲକ୍ଷ ମେଚ୍ରିକ ଟନ୍ ଚାଉଳ ସଂଗ୍ରହ ନେଇ ଆକଳନ କରିଛି ରାଜ୍ୟ । ସେଥିମଧ୍ୟରୁ ୨୮ ଲକ୍ଷ ଚାଉଳ ବଳକା ରହିବ ଓ ତାହା ଏଫସିଆଇକୁ ଯୋଗାଇଦେବ ଓଡିଶା । ତେବେ ଗତ ବର୍ଷ ଡିପାର୍ଟମେଣ୍ଟ ଅଫ ଫୁଡ ପ୍ରକ୍ୟୁରମେଣ୍ଟ ଆଣ୍ଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନର କଟକଣା ଯୋଗୁଁ ଓଡିଶାର ଚାଉଳକୁ ନେଇନଥିଲା ଏଫସିଆଇ । ଫଳରେ ମହାମାରୀ କରୋନା କାଳରେ ରାଜ୍ୟର ୧୦ ଲକ୍ଷ ଚାଷୀ କ୍ଷତି ସହିଛନ୍ତି । ତେଣୁ ଆଗାମୀ ଖରିଫ ରୁତୁରେ ଓଡିଶାରେ ଉତ୍ପାଦିତ ଚାଉଳ ଉଠାଇବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରତି ବର୍ଷ ରାଜ୍ୟକୁ ୨୪ ଲକ୍ଷ ଚାଉଳ ଟନ ଧାନର ଆବଶ୍ୟକତା ରହିଥିବାବେଳେ ଓଡିଶା ଉତ୍ପାଦନ କରୁଛି ୫୨ ଲକ୍ଷ ମେଟ୍ରିକ ଟନ୍ । ତେବେ ବଳକା ଚାଉଳକୁ କେନ୍ଦ୍ର ସଠିକ ସମୟରେ ଓଡ଼ିଶାରୁ ଉଠାଇବା ନେଇ ମୁଖ୍ୟମନ୍ତ୍ରୀ ଚିଠିରେ ଅବଗତ କରିଛନ୍ତି । ପୂର୍ବରୁ କେନ୍ଦ୍ର ଯେଉଁ ପ୍ରସ୍ତାବ ଦେଇଥିଲା ସେହି ଅନୁଯାୟୀ ଚାଫଳ ଉଠାଉ ନାହିଁ । ଓଡ଼ିଶାର ଅଧିକାଂଶ ଲୋକ ଉଷୁନା ଚାଉଳ ଖାଇଥାନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Minister Naveen Patnaik wrote a letter to the Prime Minister
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X