ପିପିଲିରେ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇବେ ନବୀନ
ପିପିଲି ପ୍ରଚାର ମୈଦାନକୁ ଯିବେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ୱର: ପିପିଲି ପ୍ରଚାର ମୈଦାନକୁ ଯିବେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ପ୍ରତାପ ଦେବଙ୍କ ଘରେ ବସିଥିବା ବିଜେଡି ବୈଠକ ପରେ ଏନେଇ ସୂଚନା ମିଳିଛି।
ସେପଟେ ମତଦାନକୁ ଅଳ୍ପଦିନ ଥିବାରୁ ଜୋରଦାର ହେବ ପ୍ରଚାର । ଭଲ ବ୍ୟବଧାନରେ ପିପିଲିରେ ବିଜେଡି ବାଜିମାତ କରିବ ବୋଲି କହିଛନ୍ତି ବିଧାୟକ ସୁଶାନ୍ତ ସିଂହ ।

ପିପିଲି ଉପନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଯେଉଁଥିରୁ ୩ ଜଣଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଥିବା ବେଳେ ଶେଷଦିନରେ ୨ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ଫଳରେ ନିର୍ବାଚନ ମଇଦାନରେ ଏବେ ମୋଟ ୧୦ଜଣ ପ୍ରାର୍ଥୀ । ତେବେ ଚୂଡାନ୍ତ ତାଲିକାରେ ୧୦ଜଣ ପ୍ରାର୍ଥୀଙ୍କ ନାଁ ସ୍ପଷ୍ଟ ହେବା ପରେ ପୋଷ୍ଟାଲ ବାଲଟ ତିଆରି କାମ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ଯେ, ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ମେ ୨ ରେ ଫଳାଫଳ ଘୋଷଣା ହେବ । ତେଣୁ ରାଜ୍ୟରାଜନୀତିର ଏଇ ହାଇଭୋଲଟେଜ ଲଢ଼େଇରେ କାହା ମୁଣ୍ଡରେ ସୁନା କଳସ ଧାଳୁଛନ୍ତି ପିପିଲିବାସୀ, ଦେଖିବାକୁ ବାକି ରହିଲା ।












Click it and Unblock the Notifications