Chhattisgarh Opinion Poll: ଛତିଶଗଡ଼ରେ କିଏ ଗଢିବ ସରକାର, ବିଜେପି ନା କଂଗ୍ରେସ, ଜାଣନ୍ତୁ କ'ଣ କହୁଛି ସର୍ଭେ ରିପୋର୍ଟ
Chhattisgarh Opinion Poll: ଚଳିତ ବର୍ଷ ଶେଷରେ ଛତିଶଗଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଯେଉଁଥିପାଇଁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କଂଗ୍ରେସ ପୂର୍ଣ୍ଣ ଆଶା ରଖିଛି ଯେ, ଏଥର ମଧ୍ୟ ବହୁ ମତରେ ରାଜ୍ୟରେ ପ୍ରତ୍ୟାବର୍ତ୍ତନ କରିବ ସେହିପରି ବିଜେପି ନିର୍ବାଚନ ତାରିଖ ଘୋଷଣା ନ ହେବା ପୂର୍ବରୁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଛତିଶଗଡ଼ ପାଇଁ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।
ବର୍ତ୍ତମାନ ପାଇଁ, ଯିଏ ଲୋକଙ୍କ ସମର୍ଥନ ପାଇବ ସେହି ଦଳ ହିଁ ରାଜ୍ୟରେ ସରକାର ଗଠନ କରିବ। ବର୍ତ୍ତମାନ INS ପୋଲଷ୍ଟ୍ରେଟ୍ ସର୍ଭେ ନିର୍ବାଚନକୁ ନେଇ ଜନସାଧାରଣଙ୍କ ମତାମତ ଜାଣିବା ପାଇଁ ଚେଷ୍ଟା କରିଛି ଏବଂ ଏକ ସର୍ଭେ ରିପୋର୍ଟ ପ୍ରକାଶ କରିଛି ଯାହା କଂଗ୍ରେସ ସପକ୍ଷରେ ଅଛି ଏବଂ ଏହି ରିପୋର୍ଟରେ ବିଜେପିକୁ ଲାଗିଛି ଝଟକା ।

ସୂଚନା ଅନୁସାରେ ଛତିଶଗଡରେ 90ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ 62ଟି ଆସନ ଏବଂ ବିଜେପି 27ଟି ଆସନ ପାଇବା ସର୍ଭେ ରିପୋର୍ଟ କହୁଛି । ତେବେ ସରକାର ଗଠନ ପାଇଁ ମ୍ୟାଜିକ୍ ସଂଖ୍ୟା ହେଉଛି 46,ଅର୍ଥାତ୍ କଂଗ୍ରେସ ସଂଖ୍ୟାଗରିଷ୍ଠତାଠାରୁ ବହୁ ଆଗରେ ରହିଥିବା ବେଳେ ମ୍ୟାଜିକ୍ ସଂଖ୍ୟାଠାରୁ ବହୁ ପଛରେ ରହିଛି ବିଜେପି ।
ସୂଚନାଯୋଗ୍ୟ ଯେ ଛତିଶଗଡରେ 2018 ବିଧାନସଭା ନିର୍ବାଚନରେ ରମଣ ସିଂ ନେତୃତ୍ୱାଧୀନ ବିଜେପି ସରକାର ପରାସ୍ତ ହୋଇଥିଲେ। 15 ବର୍ଷ ଧରି କ୍ଷମତାରେ ଥିବା ବିଜେପି ଏହି ନିର୍ବାଚନରେ ମାତ୍ର 15ଟି ଆସନ ପାଇଥିବାବେଳେ କଂଗ୍ରେସ 68ଟି ବିଧାନସଭା ଆସନ ଜିତିଥିଲା। ସର୍ଭେ ଅନୁଯାୟୀ ଏଠାରେ କଂଗ୍ରେସ ଆସନରେ ଅଧିକ ପାର୍ଥକ୍ୟ ନାହିଁ। ଟିଏସ ସିଂହଦେଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର
ଖିଲେ ମଧ୍ୟ ଭୂପେଶ ବେଘଲଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା କଂଗ୍ରେସ ।












Click it and Unblock the Notifications