ଆଜି ''ଲାଇଫ ଟାଇମ ଆଚିଭମେଣ୍ଟ'' ଆୱାର୍ଡରେ ସମ୍ମାନିତ ହେବେ ସିଏମ ନବୀନ
ସାଢେ ଚାରି କୋଟି ଓଡିଆଙ୍କ ମଉଡମଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶାର ରୂପାନ୍ତର ପାଇଁ ତାଙ୍କର ଭୂମିକା ଅନନ୍ୟ । କୋଡିଏ ବର୍ଷ ଭିତରେ ରାଜ୍ୟରେ ସବୁ କ୍ଷେତ୍ରରେ ହୋଇଛି ବିଶାଳ ପରିବର୍ତ୍ତନ ।
ନୂଆଦିଲ୍ଲୀ : ସାଢେ ଚାରି କୋଟି ଓଡିଆଙ୍କ ମଉଡମଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶାର ରୂପାନ୍ତର ପାଇଁ ତାଙ୍କର ଭୂମିକା ଅନନ୍ୟ । କୋଡିଏ ବର୍ଷ ଭିତରେ ରାଜ୍ୟରେ ସବୁ କ୍ଷେତ୍ରରେ ହୋଇଛି ବିଶାଳ ପରିବର୍ତ୍ତନ । ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଆଦି କ୍ଷେତ୍ରରେ ପୂର୍ବାପେକ୍ଷା ପରିବର୍ତ୍ତନ ହୋଇଛି । ରାଜ୍ୟ ପାଇଁ କର୍ମ କରି ଚାଲିଥିବା ମୁଖ୍ୟମନ୍ତ୍ରୀଙ୍କୁ ନୂଆଦିଲ୍ଲୀର ସଂସ୍ଥା 'କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି' ପକ୍ଷରୁ 'ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ'ରେ ସମ୍ମାନିତ କରାଯିବ ।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏନ.ଭି.ରମନ୍ନା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କଟକ ମହାନଗର ନିଗମ କମିଶନର ଆଇଏଏସ୍ ନିଖିଳ ପବନ କଲ୍ୟାଣ ଓ ଉତ୍କଳ ବାଳାଶ୍ରମ କଟକ ଶାଖାର ଅଧୀକ୍ଷକ ପ୍ରଜ୍ଞାସିନୀ ପ୍ରଧାନଙ୍କ ସମେତ ମୋଟ 16ଜଣଙ୍କୁ ଆଜି ସଂସ୍ଥା ସମ୍ବର୍ଦ୍ଧିତ କରିବ ।
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦଳ ପକ୍ଷରୁ ସେଲିବ୍ରେସନ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି । ଏନେଇ ବିଜେଡି କର୍ମୀ ଦିଲ୍ଲୀରେ ପହଞ୍ଚିଛନ୍ତି । ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିୟମରେ ଏହି ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କୁ ଏହି ସଂସ୍ଥା ସମ୍ବର୍ଦ୍ଧନା ଦେବାବେଳେ ତାଙ୍କୁ ଉତ୍ସାହିତ କରିବା ନିମନ୍ତେ ବିଜେଡି ପକ୍ଷରୁ ପ୍ରାୟ ତିନି ଶହରୁ ଅଧିକ ଛାତ୍ର,ଯୁବ ଓ ମହିଳା କର୍ମକର୍ତ୍ତାଙ୍କୁ ଦିଲ୍ଲୀ ନିମନ୍ତ୍ରଣ କରାଯାଇଛି। ନବୀନଙ୍କୁ ଆୱାର୍ଡ ମିଳିବା ପରେ ଦିଲ୍ଲୀ ଓ ଏନସିଆରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଏକାଠି କରି ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଜେଡି ପକ୍ଷରୁ ଓଡ଼ିଶା ଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଓଡିଶା ଫେରିବା ପରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଶୋଭାଯାତ୍ରାରେ ନବୀନ ନିବାସକୁ ପାଛୋଟି ନିଆଯିବ। ନବୀନ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ଓଡିଶାବାସୀଙ୍କ ପ୍ରତ୍ୟେକଟି ଇଚ୍ଛା ଓ ଆବଶ୍ୟକତାକୁ ସମ୍ମାନ ଦେଉଥିବା ବ୍ୟକ୍ତିତ୍ବ । ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ଆଗକୁ ବଢିବାରେ ପ୍ରେରଣା ଯୋଗାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆୱାର୍ଡ ପାଇଁ ସାରା ଓଡିଶା ଆନନ୍ଦିତ ଥିବା ଦେଖାଯାଇଛି ।












Click it and Unblock the Notifications